କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : କେବଳ ଘର କୋଣରେ ନୁହେଁ,ବରଂ ସମାଜରେ ନିଜର ଦକ୍ଷତା ପ୍ରତିପାଦନ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି
ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ନଜର ପକାଇବା, କୋଭିଡ ମହାମାରୀ ସମୟରେ କିଭଳି ଏକାଠି ହୋଇଥିବା କୋଡ଼ିଏ ମହିଳା ଆଜି ହଜାରେ ସଂଖ୍ୟାରେ ପହଂଚିଛନ୍ତି, ଏବଂ ଏକାଠି ହୋଇ ସ୍ବାବଲମ୍ବୀ ହୋଇ ପାରିଛନ୍ତି, ଆଜ୍ଞା ହଁ ଏହା ହେଉଛି ସେଇ ମହିଳା ମାନଙ୍କ କାହାଣୀ,ଯୋଉ ମାନେ ଆଜି ସ୍ବାବଲମ୍ବୀ ଆଉ ସ୍ଵଂୟ ସିଦ୍ଧ,
ଆଜି ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ କଟକ ସିଡିଏ ସେକ୍ଟର ୭ ଠାରେ ସିଡିଏ ଅଞ୍ଚଳର ‘ ପ୍ରୀତି ସ୍ଵଂୟସିଦ୍ଧା” ଆଞ୍ଚଳିକ ମହାସଂଘ ତାର ଚତୁର୍ଥ ବାର୍ଷିକ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରିଛି, ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ରାଜ୍ୟସଭା ସଂସଦ ଦେବାଶିଷ ସାମନ୍ତରୟ , ମୂଖ୍ୟ ବକ୍ତା ମେୟର ସୁବାଷ ସିଂ,ଯୋଗଦେଇଥିବା ବେଳେ କାର୍ଯ୍ୟକ୍ରମ ର ଉଦ୍ଘାଟନ କରିଥିଲେ କଟକ ମହାନଗର ନିଗମ ର କର୍ପୋରେଟର ତଥା ସଭା ନେତ୍ରୀ ପ୍ରିୟମ୍ବଦା ସ୍ୱାଇଁ,
ଏହା ସହ ବିଶିଷ୍ଟ ସମାଜସେବୀ ପ୍ରେମାଂଶୁ ବେହେରା ଙ୍କ ସମେତ ଶହ ଶହ ସଂଖ୍ୟାରେ ମହିଳା ମାନେ ଯୋଗଦେଇଥିଲେ, ତେବେ କାର୍ଯ୍ୟକ୍ରମ ରେ ମହାସଂଘ ର ସମ୍ପାଦିକା ସାରିକା ମହାନ୍ତି ଧନ୍ୟବାଦ୍ ଅର୍ପଣ କରିଥିଲେ, ଆଜିର ଦିନରେ ମହିଳା ମାନେ ଏତେ ଆଗକୁ ଯାଇପାରିଛନ୍ତି ଆଉ ନିଜକୁ ପ୍ରମାଣିତ କରିପାରିଛନ୍ତି ବୋଲି ଉପସ୍ଥିତ ଅତିଥି ମାନେ ନିଜର ପ୍ରତିକ୍ରିୟା ରେ କହିଥିଲେ !
ସଶକ୍ତ ମହିଳା ସଶକ୍ତ ସମାଜ : ଆଜିର ମହିଳା ସ୍ଵଂୟସିଦ୍ଧା !!!

