ଜନ ମଙ୍ଗଳ ରାସୋଳ ଦ୍ବାରା ଉଦ୍ଧାର ହେଲେ ୬୫ ବର୍ଷୀୟ ଅସହାୟ ମହିଳା କାଇଁଚ ବେହେରା !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଦୀର୍ଘ ଦେଢ ବର୍ଷ ପରେ ଜନ ମଙ୍ଗଳ ରାସୋଳ ଦ୍ବାରା ଉଦ୍ଧାର ହେଲେ ୬୫ ବର୍ଷୀୟ ଅସହାୟ ମହିଳା କାଇଁଚ ବେହେରା । ରାସୋଳ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ ଦ୍ଵାରା ୬୫ ବର୍ଷୀୟ ବୃଦ୍ଧାଙ୍କୁ ଉଦ୍ଧାର କରାଯାଇ ଢେ଼ଙ୍କାନାଳ ଜିଲ୍ଲା ସଖୀ ଓ୍ଵାନ ଷ୍ଟପ ସେଣ୍ଟରକୁ ସ୍ଥାନାନ୍ତର କରାଯାଇଛି । ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳ ପରିଷଦ କାନ୍ଦରାଶୁଣି ଆଦର୍ଶ ବିଦ୍ୟାଳୟ ନିକଟସ୍ଥ ହାତୀ ପ୍ରବଣ ଜଙ୍ଗଲ ନିକଟରେ ନୁଆକୋଟ ନିବାସୀ କାଇଁଚ ବେହେରା ନାମକ ୬୫ ବର୍ଷୀୟ ବୃଦ୍ଧା ଏକାକୀ ଅସହାୟ ଅବସ୍ଥାରେ ପ୍ରାୟ ଦେଢ଼ ବର୍ଷ ହେବ ଖୋଲା ଆକାଶ ତଳେ ରହି ଆସୁଥିଲେ । ସେଠିକାର ଲୋକ କିଛି ଦେଲେ ସେ ଖାଆନ୍ତି , ନଚେତ୍ ଉପାସ ରହନ୍ତି ବୋଲି ଜଣାଯାଇଛି । ବୃଦ୍ଧାଙ୍କର ଆଧାର କାର୍ଡ ଓ ରାସନ୍ କାର୍ଡ ଥାଇ ସୁଦ୍ଧା ସମସ୍ତ ସରକାରୀ ସୁବିଧାରୁ ବଞ୍ଚିତ ।ତେବେ କେଉଁ କାରଣରୁ କେବେ ଠୁ ସେଠି ଅସହାୟ ଅବସ୍ଥାରେ ଅଛନ୍ତି, କାହିଁକି ସେ ସମସ୍ତ ସରକାରୀ ସୁବିଧାରୁ ବଞ୍ଚିତ ତାହା ନିହାତି ପକ୍ଷେ ତଦନ୍ତ ସାପେକ୍ଷ । କାନ୍ଦରାଶୁଣିର କିଛି ଲୋକ, ନରସିଂହପୁର ଅଞ୍ଚଳର ଯୁବ ସମାଜ ସେବୀ ତପନ କୁମାର ମହାନ୍ତି ଏବଂ ନରସିଂହପୁର କାନପୁର ଅଞ୍ଚଳର ପ୍ରେରଣା ଫାଉଣ୍ଡେସନ ର ପ୍ରତିଷ୍ଠାତା ତଥା ଆମେ ସବୁ ଅସହାୟ ର ସାଥୀ ଆହ୍ବାନ ର କଟକ ଜିଲ୍ଲା ଆବାହକ ଶ୍ରୀମାନ ଜ୍ୟୋତି ରଞ୍ଜନ ସାହୁ ଙ୍କ ସୂଚନା ପ୍ରାପ୍ତି ପରେ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ ରାସୋଳ ପ୍ରତିଷ୍ଠାତା ତଥା ସମଗ୍ର ଓଡ଼ିଶା ସେବା ଅଭିଯାନ ରେ ମୂଖ୍ୟ ସଚେତକ ବିଭୁପ୍ରସାଦ ଶତପଥୀ ଓ ଉପ ସଭାନେତ୍ରୀ ପ୍ରତିମା ପାଳ ଙ୍କର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅସହାୟ ବୃଦ୍ଧା ମହିଳା କାଇଁଚ ବେହେରା ଙ୍କୁ ଖୋଲା ଆକାଶ ତଳୁ, ହାତୀ ପ୍ରବଣ ଅଞ୍ଚଳରୁ ଉଦ୍ଧାର କରାଯାଇଛି । ପରେ ତାଙ୍କୁ ଢ଼େଙ୍କାନାଳ ସଖି ସେଣ୍ଟର କୁ ଉତ୍ତମ ସ୍ବାସ୍ଥ୍ୟ ଓ ରକ୍ଷଣାବେକ୍ଷଣ ପାଇଁ ସ୍ଥାନାନ୍ତର କରାଯାଇଛି ।

Leave a Reply

Your email address will not be published. Required fields are marked *