ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ଗୋଦାବରୀଶ ମହାବିଦ୍ୟାଳୟ ଓ ଗୋଦାବରୀଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଜାତୀୟ ସେବା ଯୋଜନା ର ସ୍ବେଚ୍ଛାସେବୀ ମାନଙ୍କ ଦ୍ବାରା ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସର ରେ ଏକ ସଫେଇ କାର୍ଯ୍ଯକ୍ରମ ଆୟୋଜନ କରାଯାଇଥିଲା। ଏହି ସଫେଇ କାର୍ଯ୍ଯକ୍ରମ ପୂର୍ବାହ୍ନ ୭ ଘଟିକା ଠାରୁ ଆରମ୍ଭ ହୋଇ ୧୦ ଘଟିକା ପର୍ଯ୍ୟନ୍ତ ଚାଲିଥିଲା। ଏହି ସଫେଇ କାର୍ଯ୍ଯକ୍ରମ ଶେଷ ରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନାୟକ ହୋତା ସ୍ବେଚ୍ଛାସେବୀ ମାନଙ୍କୁ ଏହିପ୍ରକାର କାର୍ଯ୍ଯକ୍ରମ କରିବା ପାଇଁ ଉତ୍ସାହିତ କରିବା ସହିତ ଅନେକ ସଦୁପଦେଶ ଦେଇ ଶ୍ରେଷ୍ଠ ସ୍ବେଚ୍ଛାସେବୀ ମାନଙ୍କୁ ପୁରସ୍କୃତ କରିଥିଲେ। ଏହି ସଫେଇ କାର୍ଯ୍ଯକ୍ରମ ଟି ସ୍ବାସ୍ଥ୍ୟକେନ୍ଦ୍ର ର ଦୁଇ ଅଧିକାରୀ ଶ୍ରୀଯୁକ୍ତ ଅଶୋକ କୁମାର ବେହେରା ଓ ପ୍ରମୋଦ କୁମାର ଦେହୁରୀଙ୍କ ପରାମର୍ଶ କ୍ରମେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଜାତୀୟ ସେବା ଯୋଜନା ଅଧିକାରୀ ଶ୍ରୀଯୁକ୍ତ ଜୟନ୍ତ କୁମାର ବିହାରୀ ଓ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଅଧିକାରୀ ଡଃ ଲକ୍ଷ୍ମୀପ୍ରିୟା ପଲାଇ ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପରିଚାଳିତ ହୋଇଥିଲା।
ଜାତୀୟ ସେବା ଯୋଜନା ଦ୍ବାରା ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସର ରେ ସଫେଇ କାର୍ଯ୍ଯକ୍ରମ !!!

