ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କେନ୍ଦ୍ର ସରକାରଙ୍କର ଓଡ଼ିଶା ପ୍ରତି ଚରମ ଅବହେଳା ପ୍ରତିବାଦରେ ଏବଂ (୧) ଓଡ଼ିଶାରେ ଥିବା “ଇଷ୍ଟ୍ କୋଷ୍ଟ୍ ରେଳପଥ ଜୋନ’କୁ ବିକଳାଙ୍ଗ କରି ଏହା ଅଧୀନରେ ଥିବା ୱାଲ୍ଟିଅର ରେଳ ଡିଭିଜନକୁ ଭାଙ୍ଗି ବିଶାଖପାଟଣା ସମେତ ଏହାର ପ୍ରମୁଖ ଲାଭଦାୟକ ଅଂଚଳକୁ କାଢ଼ି ନିଆଯାଇ ଆନ୍ଧ୍ର ପ୍ରଦେଶ ପାଇଁ ନୂତନ ଭାବେ ଗଠନ ହେଉଥିବା “ସାଉଥ କୋଷ୍ଟ୍୍ ରେଳପଥ ଜୋନ’ ଅଧିନକୁ ଟେକି ଦିଆଯାଉଛି । ଯାହା ଫଳରେ ଇଷ୍ଟ୍୍ କୋଷ୍ଟ୍୍ ରେଳପଥ ଦୁର୍ବଳ ହେବା ସହ ଓଡିଶାର ପ୍ରଭୂତ ରାଜସ୍ୱ କ୍ଷତି ହେବ। ଆନ୍ଧ୍ର ତା’ର ରାଜନୈତିକ ପ୍ରଭାବ ବିସ୍ତାର କରି ଯଦି ତା’ର ତେଲଗୁ ରେଳ ଅଂଚଳକୁ ଏକାଠି କରି ଏକ ନୂଆ ଜୋନ ଗଢ଼ିବାକୁ ପ୍ରୟାସ ଚଳାଇଛି କେବଳ ନୁହେଁ ବରଂ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ନବ ଗଠିତ ରାୟଗଡ଼ା ଡ଼ିଭିଜନକୁ ମଧ୍ୟ ସାଉଥ୍ କୋଷ୍ଟ୍ ରେଳ ଜୋନ୍ରେ ମିଶ୍ରଣ ପାଇଁ ଦାଦି ଉଠାଇଲେଣି। ଏଭଳି ଅବସ୍ଥାରେ ଓଡ଼ିଶାବାସୀ ଆମ ଓଡ଼ିଶା ସୀମା ମଧ୍ୟରେ ଥିବା ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ମୟୁରଭଞ୍ଜ, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଆଦି ଜିଲ୍ଲାରେ ଥିବା ଖଣିଜ ସମ୍ପଦ ଭରା ପ୍ରମୁଖ ରେଳ ଅଂଚଳଗୁଡ଼ିକ ଯାହା ଅନ୍ୟ ରାଜ୍ୟରେ ଥିବା ରେଳ ଜୋନ ଅଧିନରେ ରହିଛି ସେଗୁଡିକୁ ଏକାଠି କରି ଓଡ଼ିଶାରେ ଅବସ୍ଥିତ ଇଷ୍ଟ୍୍ କୋଷ୍ଟ୍୍ ରେଳପଥ ଜୋନରେ ସାମିଲ କରାଯିବା ପାଇଁ ଦାବି କରାଯିବା ଆବଶ୍ୟକ। ରାଉରକେଲା, ରାଜଗାଙ୍ଗପୁର, ଝାରସୁଗୁଡ଼ା, ଇବ୍, ବ୍ରଜରାଜନଗର ଓ ବାଲେଶ୍ୱର ପରି ପ୍ରାକୃତିକ ସମ୍ପଦରେ ସମୃଦ୍ଧଶାଳୀ ଓ ରେଳପଥର ଟ୍ରାନ୍ସପୋର୍ଟେସନ ହବ୍ ଭାବେ ପରିଚିତ ଅଂଚଳଗୁଡିକୁ ଇଷ୍ଟ୍ କୋଷ୍ଟ୍ ରେଳପଥରେ ସାମିଲ କରାଯାଇ ପାରିଲେ ଇଷ୍ଟ୍ କୋଷ୍ଟ୍ ରେଳପଥ ସହ ଓଡିଶାର ହେଉଥିବା କ୍ଷତି ଭରଣା ହୋଇପାରିବ। ଓଡିଶାର ଏହି ପ୍ରମୁଖ ରେଳ ଅଂଚଳକୁ ମିଶାଇ ଓଡ଼ିଶାର ଉତ୍ତର-ପଶ୍ଚିମାଞ୍ଚଳରେ ଏକ ନୂଆ ରେଳ ଡିଭିଜନ ପ୍ରତିଷ୍ଠା ସହ ଓଡ଼ିଶା ସୀମା ମଧ୍ୟରେ ଥିବା ମସସ୍ତ ରେଳପଥ ଅଚଂଳକୁ ଇଷ୍ଟ୍୍ କୋଷ୍ଟ୍୍ ରେଳପଥ ଜୋନରେ ସାମିଲ କରିବା (୨) ଆନ୍ଧ୍ର ପ୍ରଦେଶର ଗୋଦାବରୀ ନଦୀରେ ନିର୍ମାଣ ହେଉଥିବା “ପୋଲାଭରମ ଡ୍ୟାମ’ ର ଉଚ୍ଚତା ବୃଦ୍ଧି ଫଳରେ ଓଡ଼ିଶାର ମାଲକାନଗିରି ଜିଲ୍ଲାର ଅଧିକାଂଶ ଅଞ୍ଚଳ ପାଣିରେ ବୁଡ଼ିଯିବ, ଲକ୍ଷ ଲକ୍ଷ ମାଲକାନଗିରି ଜିଲ୍ଲା ତଥା ଓଡ଼ିଶା ମାଟିର ମଣିଷମାନେ ବାସଚ୍ୟୁତ ହେବେ। ପୋଲାଭରମ ପ୍ରକଳ୍ପର ଉଚ୍ଚତା ହ୍ରାସ ସହ ମାଲକାନଗିରି ଜିଲ୍ଲାବାସୀଙ୍କୁ ବାସଚ୍ୟୁତ ହେବାରୁ ରକ୍ଷା କରିବା (୩) ଓଡ଼ିଶାର ଜୀବନରେଖା ମହାନଦୀ ଉପରେ ଛତିଶଗଡ଼ ରାଜ୍ୟ କର୍ତ୍ତୃତ୍ୱ ବିସ୍ତାର ସ୍ୱରୂପ ଅନେକ ବେଆଇନ ଡ଼୍ୟାମ ନିର୍ମାଣ ଫଳରେ, ଓଡ଼ିଶାରେ ମହାନଦୀ ଅବବାହିକାରେ ଖରାଦିନେ ଜଳାଭାବର ସମସ୍ୟା ଉତ୍କଟ ରୂପ ନେବାରେ ଲାଗିଛି। ବର୍ଷାଦିନେ ମଧ୍ୟ ମହାନଦୀ ଓ ଏହାର ଶାଖା ନଦୀଗୁଡ଼ିକ ଶୁଖିଲା ପଡ଼ୁଛି। ଫଳରେ ମହାନଦୀ ଅବବାହିକାରେ ବସବାସ କରୁଥିବା ଜନଗଣ ଜଳ ନିମନ୍ତେ ଅକଥନୀୟ ଦୁର୍ଦ୍ଦଶା ଭୋଗିବା ଆରମ୍ଭ ହୋଇଗଲାଣି, ଯାହା ଆଗକୁ ଆହୁରି ଉତ୍କଟ ରୂପ ଧାରଣ କରିବ। ବର୍ଷ ସାରା ଓଡ଼ିଶାରେ ମହାନଦୀର ଜଳପ୍ରବାହକୁ ସ୍ୱାଭାବିକ କରିବା ପାଇଁ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା (୪) ରତ୍ନଗର୍ଭା ଓଡ଼ିଶା ମାଟିି ତଳେ ଓ ମାଟି ଉପରେ ଭରି ରହିଛି ଅଜସ୍ର ପ୍ରାକୃତିକ ଓ ଖଣିଜ ସମ୍ପଦ। ଏହା ସତ୍ୱେ ବେକାରୀ ଓ ଦାଦନ ଚାଲାଣରେ ମଧ୍ୟ ଓଡ଼ିଶା ସର୍ବାଗ୍ରେ ରହିଛି। ଅବସ୍ଥା ଏପରି ସଙ୍ଗୀନ ହେଲାଣି ଯେ, ହୋମଗାର୍ଡ଼ ଚାକିରି ଖଣ୍ଡେ ପାଇଁ ହଜାର ହଜାର ଉଚ୍ଚ ଶିକ୍ଷିତ ଯୁବକ-ଯୁବତୀ ଆବେଦନ କରୁଛନ୍ତି। ଆମ ରାଜ୍ୟର ପ୍ରାକୃତିକ ଖଣିଜ ସମ୍ପଦକୁ ଦେଶୀ-ବିଦେଶୀ ପୁଞ୍ଜିପତିମାନେ ନିଜସ୍ୱ ସ୍ୱାର୍ଥ ସାଧନ ପାଇଁ ଏହାକୁ ଲୁଟ୍ କରିଚାଲିଛନ୍ତି। ଏହାର ସଫଳ ବିନିଯୋଗ କରି ଲକ୍ଷ ଲକ୍ଷ ଓଡ଼ିଆ ଯୁବକ-ଯୁବତୀଙ୍କୁ କର୍ମ ନିଯୁକ୍ତି ପ୍ରଦାନ କରିବା ଦାବିରେ ଆଜାଦ୍ ହିନ୍ଦ୍ ବାହିନୀ, ଓଡ଼ିଶା ପକ୍ଷରୁ ଆସନ୍ତା ୧୦ ଅପ୍ରେଲ ୨୦୨୫ ରିଖ ଦିନ ଦିବା ୧୦ ଘଟିକା ସମୟରେ ଏକ ପ୍ରତିବାଦ ଧାରଣା ନୁଆଦିଲ୍ଲୀ ସଂସଦ ଭବନ ସମ୍ମୁଖସ୍ଥ ଜନ୍ତର ମନ୍ତର ଠାରେ ଅନୁଷ୍ଠିତ ହେବ ବୋଲି ଆଜି ନେତାଜୀ ଭବନ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଆଜାଦ୍ ହିନ୍ଦ ବାହିନୀ, ଓଡ଼ିଶାର ଅଧ୍ୟକ୍ଷ ଜ୍ୟୋତି ରଂଜନ ମହାପାତ୍ର ପ୍ରକାଶ କରିଛନ୍ତି। ଏହି ଅବସରରେ ଦିଲ୍ଲୀ ଚଲୋ କାର୍ଯ୍ୟକ୍ରମ ନିମନ୍ତେ ପ୍ରସ୍ତୁତ ଏକ ପୋଷ୍ଟରକୁ ଲୋକାର୍ପଣ କରାଯାଇଥିଲା।
ଓଡ଼ିଶା ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ବିଭିନ୍ନ ରାଜନୈତିକ ଦଳର ନେତୃମଣ୍ଡଳୀ, ବୁଦ୍ଧିଜିବୀ, ସାମାଜିକ କର୍ମି, ଲେଖକ, ସାହିତ୍ୟିକ, କବି, ନାଗରିକ ସମାଜର ସଦସ୍ୟଗଣ ଏବଂ ଓଡ଼ିଶାର ଜନସାଧାରଣ ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ବିପୁଳ ସଂଖ୍ୟାରେ ସାମିଲ ହେବାକୁ ଆଜାଦ୍ ହିନ୍ଦ ବାହିନୀ ପକ୍ଷରୁ ଆହ୍ୱାନ କରାଯାଇଅଛି। ଏହି ସାମ୍ବାଦିକ ସମ୍ମିଳନୀରେ ଆଜାଦ୍ ହିନ୍ଦ ବାହିନୀର ସାଧାରଣ ସମ୍ପାଦିକା ସୁବତୀ ଦଳାଇ, ସଂଯୋଜକ ସୁଶିଲ ଥାନପତି, ଲକ୍ଷ୍ମୀ ଦୋରା, ଇଜନ ଭଜ, ଦିଶା ଆଜାଦ୍ ପ୍ରମୁଖ ଉପସ୍ଥିତ ଥିଲେ।
ଓଡ଼ିଶା ପ୍ରତି ଚରମ ଅବହେଳା ପ୍ରତିବାଦରେ ଆଜାଦ୍ ହିନ୍ଦ ବାହିନୀ ପକ୍ଷରୁ ୧୦ ଅପ୍ରେଲ ୨୦୨୫ରେ ଦିଲ୍ଲୀ ଚଲୋ ଅଭିଯାନ !!!

