କୈବର୍ତ୍ତ ସମାଜ ପାଇଁ ଦେବୀପ୍ରସାଦ ମିଶ୍ର ସାହା ଭରସା !!!

Spread the love

ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ବଡମ୍ବା ଗୋପୀନାଥପୁର ବଜାର ପାର୍ଶ୍ୱରେ ଉଦଘାଟନ ହେଲା ମାଛ ମାର୍କେଟ ଗୃହ । ଦୀର୍ଘ ଦିନ ହେବ କୈବର୍ତ୍ତ ସାହି ର ଲୋକ ମାନେ ମାଛ ମାର୍କେଟ ଗୃହ ନିର୍ମାଣ କରିବା ପାଇଁ ସରକାର ଙ୍କ ନିକଟରେ ଦାବୀ କରି ଆସୁଥିଲେ । ତେବେ ଏହାର ପୂର୍ଣ୍ଣଛେଦ ପଡିଛି , ଗୋପୀନାଥ କୈବର୍ତ୍ତ ସାହିର ମାଛ ବ୍ୟବସାୟୀ ମାନେ ବଜାର ରାସ୍ତା କଡରେ ବସି ବ୍ୟବସାୟ କରି ଆସୁଥିଲେ । ଯାହା ଦ୍ୱାରା ବଜାର ରାସ୍ତା ଜାମ ରହିବା ସହିତ ଜାତାୟତ ରେ ନାନା ସମସ୍ୟା ସୃଷ୍ଟି ହେଉଥିଲା । ଖରା ବର୍ଷା ହେଲେ ବ୍ୟବସାୟୀ ମାନେ ନାନା ସମସ୍ୟା ର ସମ୍ମୁଖୀନ ହେଉଥିଲେ । ସ୍ଥାନୀୟ ଗୋପୀନାଥପୁର ସରପଞ୍ଚ ଯଯାତି କେଶରୀ ନାୟକ ଏହାକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ଦେବୀପ୍ରସାଦ ମିଶ୍ର ଙ୍କ ଅବଦାନ ଆମେ ଭୁଲି ପାରିବୁନି ବୋଲି କହିଛନ୍ତି ଜଣେ ମହିଳା ମାଛ ବ୍ୟବସାୟୀ । ଏହି କାର୍ଯ୍ୟକ୍ରମ ରେ ସମିତି ସଭ୍ୟ ଜିତେନ୍ଦ୍ର କୁମାର ମଲ୍ଲିକ, ୱାର୍ଡ ମେମ୍ବର ପବିତ୍ର ଦଳାଇ, ଗୋବିନ୍ଦ ସାହୁ , ସନ୍ତୋଷ କୁମାର ଶତପଥି, ଦୁଃଖିଶ୍ୟାମ ଖଟୁଆ, ସୂର୍ଯ୍ୟମଣି ଖଟୁଆ, ଗଦାଧର ଖଟୁଆ, କୁଳମଣି ଖଟୁଆ, କୃଷ୍ଣଚନ୍ଦ୍ର ମାଝୀ, ବାବୁଲି ଖଟୁଆ, ଦିଲ୍ଲୀପ ଖଟୁଆ, ସୁଦାମ ଖଟୁଆ ଙ୍କ ସମେତ ସ୍ଥାନୀୟ ଗ୍ରାମବାସୀ ଯୋଗ ଦେଇଥିଲେ । ଦୀର୍ଘ ୭ ମାସ ହେବ ଗୃହ ନିର୍ମାଣ ସରିଥିଲେ ବି ଉଦଘାଟନ ହୋଇ ପାରିନଥିଲା । ଏସବୁ ର ଅବସାନ ଘଟାଇ ସ୍ଥାନୀୟ ସରପଞ୍ଚ ଯଯାତି କେଶରୀ ନାୟକ ଏହି ପିଣ୍ଡି କୁ ଉଦଘାଟନ କରି କହିଛନ୍ତି ପୂର୍ବ ସରକାର ଲୋକ ମାନଙ୍କ ସହ ରହି ସୁଖ ଦୁଃଖ ରେ ସହଯୋଗ କରି ସମସ୍ୟା ର ସମାଧାନ କରି ଆସୁଥିଲେ । ରାସ୍ତା ସମସ୍ୟା ହେବାରୁ ଆଜି ଗୋଟିଏ ଭଲ ପଦକ୍ଷେପ ନେଇଛନ୍ତି ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର । କୈବର୍ତ୍ତ ସମାଜ ର ବହୁ ଦିନର ସମସ୍ୟା ଆଜି ଦୂର ହୋଇପାରିଛି ।

Leave a Reply

Your email address will not be published. Required fields are marked *