କାମରେ ଆସୁନି ମହାପ୍ରୟାଣ ଗାଡି : ବାଇକ ରେ ଶବ ବୁହା ହେବା ଦୃଶ୍ୟ ସୋସାଲ ମିଡିଆରେ ଭାଇରାଲ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ରାଜ୍ୟ ହେଉ ବା କେନ୍ଦ୍ର ସରକାର , ଗ୍ରାମାଞ୍ଚଳର ସ୍ୱାସ୍ଥ୍ୟ ସେବା ରେ ସୁଧାର ଆଣିବା ପାଇଁ ବିଭିନ୍ନ ପ୍ରକାରର ଯୋଜନା ପ୍ରସ୍ତୁତ କରୁଛନ୍ତି . ସେ ବାବଦରେ ଖର୍ଚ୍ଚ ହେଉଛି କୋଟ କୋଟି ଟଙ୍କା . କିନ୍ତୁ ଅନେକ ସ୍ଥଳରେ ଯୋଜନା ର ସଫଳ ରୂପାୟନ ହୋଇ ପାରୁନି । ବିଭିନ୍ନ ସମୟରେ ରାଜ୍ୟର ବହୁ ସ୍ୱାସ୍ଥ୍ୟ ସେବା ସମ୍ପର୍କିତ ଅଭାବନୀୟ ଦୃଶ୍ୟ ସାମନାକୁ ଆସୁଛି . କଟକ ଜିଲ୍ଲାର ବାଙ୍କୀ ନିର୍ବାଚନ ମଣ୍ଡଳୀ ରେ ଥିବା ଉପଖଣ୍ଡ ମୁଖ୍ୟ ଡାକ୍ତରଖାନା କୁ କିଛି ଦିନ ତଳେ ସରକାର ଙ୍କ ପକ୍ଷରୁ ମହାପ୍ରୟାଣ ଗାଡି ଯୋଗାଇ ଦିଆଯାଇଛି । କିନ୍ତୁ ଡାକ୍ତରଖାନା ର ପ୍ରଶାସନିକ ଅଧିକାରୀ ଙ୍କ ମନମାନି ଯୋଗୁ କାର୍ଯ୍ୟରେ ଆସି ପାରୁନାହିଁ । ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗତକାଲି , ଯାହା ସାମାଜିକ ଗଣମାଧ୍ୟମ ରେ ଭାଇରାଲ ହେଲା ପରେ ଗଣମାଧ୍ୟମ ସଂସ୍ଥା ଗୁଡିକ ତତ୍ପରତା ପ୍ରକାଶ କରିଥିଲେ ସେ ଖବର ପ୍ରସାରଣ ପାଇଁ । ଡାକ୍ତରଖାନା ରେ ତ ମନମାନି ଚାଲିଛି । ତାହାକୁ ତିଳେ ମାତ୍ର ଅସ୍ୱୀକାର କରିହେବ ନାହିଁ । ଯାହା ଦ୍ୱାରା ଗରିବ ଗୁରୁବା ବ୍ୟକ୍ତି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କିନ୍ତୁ ଘଟିଥିବା ଘଟଣାରେ ବାସ୍ତବତା କେତେ , ଏଭଳି ଘଟଣା ପଛରେ ଅନେକ ରହସ୍ୟ ରହିଥାଏ । କିଛି ଲୋକ ମଧ୍ୟ ଜଞ୍ଜାଳ ମୁକ୍ତ ହେବା ପାଇଁ କିମ୍ବା କୌଣସି ଅସୁବିଧା ଥିବା ଭାବି ପୋଲିସ ର ଭୟ ଏବଂ ବିଭିନ୍ନ ପ୍ରକାରର ଖର୍ଚ୍ଚ କୁ ଡରି ନିଜ ଇଚ୍ଛାରେ ଏଭଳି କରିଥାନ୍ତି . ଯାହାଦ୍ୱାରା ସରକାର ପ୍ରଶାସନ ମଧ୍ୟ ନିନ୍ଦିତ ହୁଅନ୍ତି । ବାଇକ ରେ ଶବ ବୁହା ହେବା ଘଟଣା ସାମାଜିକ ଗଣମାଧ୍ୟମରେ ଟ୍ରେଣ୍ଡ କରିବା ପରେ ସେ ଘଟଣାର ପୃଷ୍ଠଭୂମି ସମ୍ପର୍କରେ ତଦନ୍ତ ପାଇଁ ବାଙ୍କୀ ଅଞ୍ଚଳରେ ଦାବୀ ଜୋର ଧରିଛି . ଯଦି ମେଡ଼ିକାଲ ରେ କୌଣସି ଅସୁବିଧା ହେଲା ତେବେ ବାଙ୍କୀ ପ୍ରଶାସନ ଛି , ଉପ-ଜିଲ୍ଲାପାଳ ଅଛନ୍ତି । ତାଙ୍କ ନଜରକୁ ଘଟଣା ଆଣି ପାରିଥାନ୍ତେ । ଏପରିକି ବିଭିନ୍ନ ସମସ୍ୟା ସମ୍ପର୍କୀତ ଘଟଣା ଉପ-ଜିଲ୍ଲାପାଳ ରଞ୍ଜନ କୁମାର ଜେନାଙ୍କ ନଜରକୁ ଆସିଲେ ତାଙ୍କ ଦ୍ୱାରା ଯାହା ସମ୍ବବ ସହଯୋଗ କରିଥାନ୍ତି । ଏଭଳି ଘଟଣା ର ତଦନ୍ତ ହେଲେ କିଏ ଭୁଲ କିଏ ଠିକି ଜଣା ପଡିବ , ଅଯଥା କାହାକୁ ଦୋଷ ଲଦିବା ଠିକ ନୁହେଁ । ଏହାର ତଦନ୍ତ ହେବା ନିହାତି ଦରକାର , ଦୋଷୀଙ୍କ ପ୍ରତି ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର . ସେ ସରକାରୀ କର୍ମଚାରୀ ହୁଅନ୍ତୁ କିମ୍ବା ଘଟଣାରେ ଜଡିତ ସାଧାରଣ ଲୋକ .

Leave a Reply

Your email address will not be published. Required fields are marked *