ରେଡ଼କ୍ରସ ପୋଲିସ କମିଶନରେଟ ଶାଖା ପକ୍ଷରୁ ବିସିଟି ସମ୍ବର୍ଦ୍ଧିତ ।

0
184

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ଭାରତୀୟ ରେଡ଼କ୍ରସ ସୋସାଇଟି, ପୋଲିସ କମିଶନରେଟ ଆଞ୍ଚଳିକ ଶାଖାର ବାର୍ଷିକ ସାଧାରଣ ଅଧିବେଶନରେ ଅନୁଷ୍ଠାନର ଅଧ୍ୟକ୍ଷ ତଥା ପୋଲିସ କମିଶନର ଡ଼.ସୁଧାଂଶୁ ଷଡ଼ଙ୍ଗୀ ଓ ଉପାଧ୍ୟକ୍ଷ ତଥା ଆଡିସନାଲ କମିଶନର ରେଖା ଲୋହାନୀ ମିଳିତଭାବେ ରାଜ୍ୟର ଅଗ୍ରଣୀ ସାମାଜିକ ସଂଗଠନ ‘ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ -ଓଡ଼ିଶା'(ବିସିଟି)କୁ ଅନେକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରିବା ସହିତ ରେଡ଼କ୍ରସ ଦିବସ, ପରିବେଶ ଦିବସ ଭଳି ବହୁ ରେଡ଼କ୍ରସ ସେବା କାର୍ଯ୍ୟକ୍ରମରେ ପୋଲିସ କମିଶନରେଟ ରେଡ଼କ୍ରସ ସହିତ ସହଯୋଗର ଉଲ୍ଲେଖନୀୟ କୃତିତ୍ୱ ପାଇଁ ସମ୍ମାନୀତ କରିଛନ୍ତି । ଏହି ମର୍ଯ୍ୟାଦାପୂର୍ଣ ସମ୍ମାନକୁ ଟ୍ରଷ୍ଟ ପକ୍ଷରୁ ପୂର୍ବତନ ସଭାପତି ଇଂ.ବିମଳ ଚନ୍ଦ୍ର ଦାସ, ପିପିଲି ଶାଖା ସଂଯୋଜକ ଯୁବ ସମାଜସେବୀ ହେମନ୍ତ ଦାସ ଏବଂ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଵର୍ଗ ଉପସ୍ଥିତରହି ମାନପତ୍ର ଗ୍ରହଣ କରିଥିଲେ । ଟ୍ରଷ୍ଟ ପକ୍ଷରୁ ସମ୍ପାଦକ ସମାଜସେବୀ ପ୍ରିନ୍ସ ନନ୍ଦ, ଇଂ.କମଲେଶ ମିଶ୍ର, ନରେଶ ବେହେରା, ସାଂସ୍କୃତିକ ସମ୍ପାଦକ ଶିବ ପ୍ରସାଦ ଦାସ ପ୍ରମୁଖ ଏହି ସେଵା ଦିଗରେ ସହଯୋଗ କରୁଥବା ସମସ୍ତ କାର୍ଯ୍ୟକର୍ତ୍ତା , ରେଡ଼କ୍ରସ ସୋସାଇଟି ଓ କମିଶନରେଟ ପୋଲିସ ଭଳି ବିଭିନ୍ନ ଅନୁଷ୍ଠାନ ବିସିଟିକୁ ସମ୍ମାନୀତ, ଉତ୍ସାହିତ, ପ୍ରେରଣା ଯୋଗାଉଥିବାରୁ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ତଥା ଡ଼ିସିପି ହେଡକ୍ୱାଟର ପ୍ରମୋଦ କୁମାର ପଟେଲ, ଡ଼ିସିପି ଭୁବନେଶ୍ୱର ଡ଼.ଉମାକାନ୍ତ ଦାଶ, ଡ଼ିସିପି କଟକ ପ୍ରତୀକ ସିଂହ, ଏସିପି ତଥା ଯୁଗ୍ମ ସମ୍ପାଦକ ଲଳିତେନ୍ଦୁ ମହାନ୍ତି ଉପସ୍ଥିତ ରହି ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଓ ବିଭିନ୍ନ ରକ୍ତଦାତା ସଂଗଠନ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

LEAVE A REPLY

Please enter your comment!
Please enter your name here