ରୋଟାରୀ କ୍ଲବ ଅଫ ଖଣ୍ଡଗିରି ଭୁବନେଶ୍ୱର ର ପଞ୍ଚମ ଅଧିଷ୍ଠାନ ଦିବସ କାର୍ଯ୍ୟକ୍ରମ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ରୋଟାରୀ କ୍ଲବ ଅଫ ଖଣ୍ଡଗିରି ଭୁବନେଶ୍ୱର ର ପଞ୍ଚମ ଅଧିଷ୍ଠାନ ଦିବସ କାର୍ଯ୍ୟକ୍ରମ ! ଅଗଷ୍ଟ ମାସ ୯ ତାରିଖରେ ହୋଟଲ ଏ .ଏସ ଲାଗୁନ୍ ଠ।ରେ ଆୟୋଜିତ ଏହି ଉତ୍ସବରେ ରୋଟାରୀ ଜିଲ୍ଲା 3262 ର ପ୍ର।କ୍ତନ ପ୍ରାନ୍ତପାଳ ରୋଟାରୀଆନ ଶାନ୍ତନୁ କୁମାର ପାଣି ଯୋଗଦେଇ ରୋଟାରୀ କ୍ଲବ ଖଣ୍ଡଗିରି ର ସଦସ୍ୟ ମାନେ କିପରି ବିଗତ ଚାରି ବର୍ଷ ଧରି ବିଭିନ୍ନ ସେବା ଓ ସଂସ୍କାରମୂଳକ କାର୍ଯ୍ୟକ୍ରମ ମାନ ହାତକୁ ନେଇ ଉଦାହରଣର ସୃଷ୍ଟି କରି ପାରିଛନ୍ତି ତାର ଉଲ୍ଲେଖ କରିଥିଲେ । ୨୦୨୬/୨୭ ର ସଭାପତି ରୋଟାରୀଆନ ନିର୍ଝରିଣୀ ନାୟକ ଙ୍କୁ ପୂର୍ବତନ ସଭାପତି ନିରୁପମା ନାୟକ ଦାୟିତ୍ୱ ହସ୍ତାନ୍ତର କରିଥିଲେ ! ଏହି ଉତ୍ସବରେ ରୋଟାରୀ ଅନ୍ୟ ବହୁ କ୍ଲବ ର ସଭାପତି , ସଦସ୍ୟ ତଥା ପ୍ରାକ୍ତନ ପ୍ରାନ୍ତପାଳ ମାନେ ଯୋଗ ଦେଇ ଉତ୍ସବଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

 

Leave a Reply

Your email address will not be published. Required fields are marked *