ସୁନାଖଳା ପୁଲିସ କୁ ସଫଳତା : ୨୦ ଲିଟର ଦେଶୀ ମଦ ଜବତ – ଜଣେ ଗିରଫ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲା ସୁନାଖଳା ପୁଲିସ କୁ ମିଳିଲା ସଫଳତା । ୨୦ ଲିଟର ଦେଶୀ ମଦ ଜବତ କରିବା ସହିତ ଜଣକୁ ଗିରଫ କରିଛି ସୁନାଖଳା ପୁଲିସ । କୁଇଆସର ଗ୍ରାମର ରାମଚନ୍ଦ୍ର ଚନ୍ଦ୍ର ନାୟକ ଙ୍କ ପୁଅ ବାଙ୍କନିଧି ନାୟକ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଦଣ୍ଡାକୁଳ ବନ୍ଦର ଠାରେ ମଦ ବିକ୍ରି କରେ । ପୋଲିସ ଚଢ଼ାଉ ବେଳେ ସେଠାରୁ ଖସି ପଳାଇ ଯିବାକୁ ସମର୍ଥ ହୁଏ । ବିଶେଷ ସୂତ୍ରରୁ ଖବର ପାଇ ସଦାବେଳେ ସୁନାଖଳା ପୁଲିସ କୁ ଚକମା ଦେଉଥିବା ବାଙ୍କନିଧି ନାୟକ କୁ ଧରିବା ପାଇଁ ସଫଳ ହୋଇଛି ପୁଲିସ । ବାଙ୍କନିଧି ଠାରୁ ୨୦ ଲିଟର ଦେଶୀ ମଦ ଜବତ କରିବା ସହ ତାକୁ ଗିରଫ କରି କୋର୍ଟଚାଲାଣ କରାଯାଇଛି ।

 

Leave a Reply

Your email address will not be published. Required fields are marked *