ବ୍ରାହ୍ମଣୀ ସାହିତ୍ୟ ଓ ସଂସ୍କୃତି ମଞ୍ଚ ମେରାମଣ୍ଡଳୀ ପକ୍ଷରୁ ସାହିତ୍ୟ ଓ ସଂସ୍କୃତିର ମହାକୁଂଭ ୨୦୨୫ ଅନୁଷ୍ଠିତ !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଢେ଼ଙ୍କାନାଳ ଜିଲ୍ଲା ମେରାମଣ୍ଡଳୀ ଅନ୍ତର୍ଗତ ବ୍ରାହ୍ମଣୀ ପବ୍ଲିକ ସ୍କୁଲ ଖଡ଼ଗପ୍ରସାଦ ଠାରେ ମାର୍ଚ୍ଚ ୨୩ ରବିବାର ଦିନ ପୂର୍ବାହ୍ନରେ ବ୍ରାହ୍ମଣୀ ସାହିତ୍ୟ ଓ ସଂସ୍କୃତି ମଞ୍ଚ, ମେରାମଣ୍ଡଳୀର ସଭାପତି ଶ୍ରୀଯୁକ୍ତ ମଦନ ମୋହନ ମିଶ୍ର ମହୋଦୟଙ୍କ ଅଧ୍ୟକ୍ଷତାରେ” ସାହିତ୍ୟ ଓ ସଂସ୍କୃତିର ମହାକୁମ୍ଭ ୨୦୨୫” ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଭବ୍ୟ କାର୍ଯ୍ୟକ୍ରମରେ ମୂଖ୍ୟଅତିଥି ଭାବେ ହୃଷୀକେଶ ତ୍ରିପାଠୀ ଓ ସମ୍ମାନୀତ ଅତିଥି ଭାବେ ବୈକୁଣ୍ଠ ବିହାରୀ ସ୍ୱାଇଁ ଯୋଗ ଦେଇଥିଲେ l ପ୍ରାରମ୍ଭିକ ପର୍ଯ୍ୟାୟରେ ବାଗଦେଵୀ ମାତା ସରସ୍ୱତୀଙ୍କ ନିକଟରେ ପୁଷ୍ପମାଲ୍ୟ ଓ ପ୍ରଦୀପ ପ୍ରଜ୍ବଳନ କରିବା ସହ ବନ୍ଦନା ଓ ଆବହନୀ ସଙ୍ଗୀତ ଗାନ କରି କାର୍ଯକ୍ରମକୁ ଆଗେଇ ନେଇଥିଲେ ଉକ୍ତ ସାରସତ୍ବ କାର୍ଯ୍ୟକ୍ରମରେ l ଇତ୍ୟବସରରେ ସମ୍ପାଦକ ନାୟକ ଅକ୍ଷୟ ରାଜହସ୍ତୀ ଆନୁଷ୍ଠାନିକ ଭାବେ ସମ୍ପାଦକୀୟ ବିବରଣୀ ପାଠ କରି ମାତୃକଳ୍ପା ବ୍ରାହ୍ମଣୀ ନଦୀର ଇତିବୃତି ଓ ସାହିତ୍ୟ ସଂସ୍କୃତିର ଭିତ୍ତିଭୂମି ଉପରେ ସ୍ଵକୀୟ ଅଭିମତ ରଖିଥିଲେ l ବ୍ରାହ୍ମଣୀ ପବ୍ଲିକ ସ୍କୁଲର ଦୁଇ ବିଦ୍ୟାର୍ଥୀ ଅଦ୍ୟାଶକ୍ତି ଦାଶ ଓ ପ୍ରସନ୍ନଜିତ୍ ତ୍ରିପାଠୀଙ୍କ ଅପରୂପ ସଂଯୋଜନା ଓ ଆସରର ମାର୍ଗଦର୍ଶିକା ଗୀତା ପଟ୍ଟନାୟକଙ୍କ ସୁପରିଚାଳନା କ୍ରମେ ରାଜ୍ୟ ଓ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁରୁ ଯଥାକ୍ରମେ ଦୁର୍ଯୋଧନ ବେହେରା, ରତ୍ନପ୍ରଭା ସାହୁ, ଦୁଷ୍ମନ୍ତ କୁମାର ସାହୁ, ସବିତା ରାଣୀ ବେହେରା, ସନ୍ଦୀପ କୁମାର କର, ସ୍ନେହାଶିଷ ପଣ୍ଡା,ଅଜୟ କୁମାର ନାୟକ, ଲଗ୍ନଜିତ ତ୍ରିପାଠୀ , ରଚିତା ଋତୁପର୍ଣ୍ଣl ଜେନା,ବିପ୍ଳବୀନି ଜେନା, ସୌମ୍ୟା ସାହୁ ପ୍ରମୁଖ କବି କବୟତ୍ରୀ ମାନେ ସ୍ୱରଚିତ କବିତା ପାଠ କରି ଉତ୍ସବକୁ ମଧୁମୟ କରିଥଲେ l ଏଥି ସହିତ ବୈକୁଣ୍ଠ ବିହାରୀ ସ୍ୱାଇଁ ପାଠକୀୟ ଅଭିମତ ରଖିଥିବା ବେଳେ ପରିଶେଷରେ କବି ଅର୍ଜ୍ଜୁନ ଚରଣ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *