ପାରମ୍ପରିକ ଦଣ୍ଡଯାତ୍ରାରେ ଜଙ୍ଗଲ ସୁରକ୍ଷା ସଚେତନତା !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ସମଗ୍ର କନ୍ଧମାଳ ଜିଲ୍ଲାରେ ତେର ଦିନିଆ ଦଣ୍ଡଯାତ୍ରା ଆନନ୍ଦ ଉଲ୍ଲାସର ସହ ପାଳିତ l ବାଲିଗୁଡା ର ମାଆ ଦକ୍ଷିଣକାଳୀ ଦଣ୍ଡନୃତ୍ୟ କମିଟି ପକ୍ଷରୁ ଚଳିତ ବର୍ଷ ବାଲିଗୁଡା ର ବିଭିନ୍ନ ୱାର୍ଡ ର କାମନାକାରୀ ଙ୍କ ଘରକୁ ମାଆ ବିରାଜମାନ କରି ଦଣ୍ଡଯାତ୍ରା ଅନୁଷ୍ଠିତ ହୋଇଥିଲା l ବାଲିଗୁଡା ଅଞ୍ଚଳର ଏହି ସର୍ବ ପୁରାତନ ଦଣ୍ଡନାଚ ଦେଖିବା କୁ ଭକ୍ତ ଶ୍ରଦ୍ଧାଳୁ ଦର୍ଶକ ଙ୍କ ଭିଡ଼ ଜମିଥିଲା l ଦିନ ଦ୍ବି ପ୍ରହର ରେ ଧୁଳିଦଣ୍ଡ ସମୟରେ ଦଣ୍ଡ ଚରିତ ଅନୁସାରେ ଯାତ୍ରା ସମାପନ ହୋଇଛି l ଏହି ସମୟରେ ଜଙ୍ଗଲ ସୁରକ୍ଷା ଉପରେ ଅଭିନୟ ନାଟକ ଗୀତ ମାଧ୍ୟମରେ ଜଙ୍ଗଲ କୁ ନିଆଁ ଦାଉରୁ ରକ୍ଷା କରିବା, ପୋଡୁ ଚାଷ, ବେଆଇନ ବନ୍ୟ ଜନ୍ତୁ ଶିକାର ରୁ ନିବୃତ ରହି ଜଙ୍ଗଲ ସୁରକ୍ଷା, ନୂତନ ଜଙ୍ଗଲ ସୃଷ୍ଟି କରିବା ଦିଗରେ ଜନ ସଚେତନତା ସୃଷ୍ଟି କରାଯାଇଥିଲା l ଅନୁଷ୍ଠାନ ର ବରିଷ୍ଠ କଳାକାର ତଥା ସାମ୍ବାଦିକ ପ୍ରମୋଦ ଦଣ୍ଡସେନା ରେଞ୍ଜର ଭୂମିକା ରେ ଅବତୀର୍ଣ୍ଣ ହୋଇଥିବା ବେଳେ , ଟିକି ଦଣ୍ଡିଆ, ସନ୍ତୋଷ ପୂଜାରୀ, ଦୁର୍ଗା ପାତ୍ର ବେଲାଳସେନ ବନ କର୍ମଚାରୀ ଭୂମିକା ରେ ନିଖୁଣ ଅଭିନୟ କରି ନିଆରା ଢଙ୍ଗରେ ଲୋକଙ୍କୁ ସଚେତନ କରିଥିଲେ ! ଦଣ୍ଡଯାତ୍ରା ର ଏହି କାର୍ଯ୍ୟକ୍ରମ କୁ ବାଲିଗୁଡା ଡ଼ିଏଫଓ ବିଶ୍ୱରାଜ ପଣ୍ଡା ସୋସିଆଲ ମିଡିଆରେ ଦେଖି ବେଶ ଉଚ୍ଚ ପ୍ରଶଂସା କରିଛନ୍ତି l

Leave a Reply

Your email address will not be published. Required fields are marked *