ଗଜପତିରେ ବିଭିନ୍ନ ବିଭାଗ ରେ ଦୀର୍ଘ ବର୍ଷ ଧରି କାର୍ଯ୍ୟରତ କର୍ମଚାରୀ ଙ୍କ ବଦଳି କେବେ ???

Spread the love

ଗଜପତି ( ଆୱାଜ ମିଡିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଏକ ଆଦିବାସୀ ଅଧୁସିତ ପାହାଡ଼ ପର୍ବତ ଘେରା ଅଞ୍ଚଳ ଅଟେ । ଏଠାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଚାଲିଛି , ଏହାକୁ ସୁପରିଚାଳନା କରିବା ସକାଶେ ବିଭିନ୍ନ ବିଭାଗ ରହିଛି ଓ ବିଭିନ୍ନ ବିଭାଗର ପଦାଧିକାରୀ ରହିଛନ୍ତି । କିନ୍ତୁ ବିଭାଗରେ କର୍ଯ୍ୟରତ କର୍ମଚାରୀଙ୍କ ଦୀର୍ଘ ବର୍ଷ ହେଲା ବଦଳି ହେଉନାହିଁ , ଯାହା ଫଳରେ ସ୍ୱଚ୍ଛତା ଉପରେ ପ୍ରଶ୍ନ ବାଚି ସୃଷ୍ଟି କରିଛି । ସରକାରଙ୍କ ନିୟମ ଅନୁଯାୟୀ 3 ବର୍ଷ ହୋଇଗଲେ କ୍ଷେତ୍ର କର୍ମଚାରୀ ହେଉ କିମ୍ବା ଅଫିସ କର୍ମଚାରୀ ଅନ୍ୟତ୍ର ବଦଳି ହେବା ନିୟମ ରହିଛି । କିନ୍ତୁ ଦୀର୍ଘ ବର୍ଷ ହେଲା ବିଭାଗର କର୍ମଚାରୀ ବଦଳି ନହେବା ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଜିଲ୍ଲାର ବିକାଶ ଓ ସ୍ୱଚ୍ଛତା ନେଇ ନୂତନ ସରକାର ତୁରନ୍ତ କର୍ମଚାରୀ ମାନଙ୍କୁ ବଦଳି କରିବା ସକାଶେ ସାଧାରଣରେ ଦାବୀ ହେଉଛି ।

Leave a Reply

Your email address will not be published. Required fields are marked *