ବ୍ୟବସାୟ ପ୍ରତିଷ୍ଠାନରେ ଘରୋଇ ଗ୍ୟାସ ସିଲିଣ୍ଡର ର ବହୁଳ ବ୍ୟବହାର : ଯୋଗାଣ ବିଭାଗ ସବୁ ଜାଣି ନୀରବ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଘରେ ବ୍ୟବହାର ହେଉଥିବା ଘରୋଇ ଗ୍ୟାସ ସିଲିଣ୍ଡର ଗୁଡିକ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନରେ ବହୁଳ ଭାବେ ବ୍ୟବହାର ହେଉଛି। ସହରରେ ଚାହା ଦୋକାନ ଠାରୁ ଆରମ୍ଭ କରି ହୋଟେଲ, ଫାଷ୍ଟ ଫୁଡ, ରେଷ୍ଟୁରେଣ୍ଟ ଟିଫିନ ଦୋକାନ ଗୁଡିକରେ କମର୍ସିଆଲ ଗ୍ୟାସ ସିଲିଣ୍ଡର ବଦଳରେ ଘରୋଇ ଗ୍ୟାସ ସିଲିଣ୍ଡର ବହୁଳ ବ୍ୟବହାର ହେଉଥିବା ଦେଖିବାକୁ ମିଳିଛି।କମର୍ସିଆଲ ସିଲିଣ୍ଡର ବଦଳରେ ଘରୋଇ ଗ୍ୟାସ ସିଲିଣ୍ଡର ବ୍ୟବହାର ହେଉଥିବା ଅଭିଯୋଗ ହେଉଛି। ଏହି ବ୍ୟବସାୟ ପ୍ରରିଷ୍ଠାନ ଗୁଡିକୁ ସହଯୋଗ କରୁଛନ୍ତି ଗ୍ୟାସ ବିତରକ କେନ୍ଦ୍ର ମାନେ ବୋଲି ଅଭିଯୋଗ ହେଉଛି। ଓଜନ ଚେକ ନ କରିବା,ଗ୍ୟାସ ଗୋଦାମ ଗୁଡିକରେ ଚେକ ନ କରିବା,ଘରୋଇ ସିଲିଣ୍ଡର ଘରକୁ ପହଞ୍ଚାଇ ଅଧିକା ଚାର୍ଜ ନେବା, ସିଲିଣ୍ଡରର କଳାବଜାରୀ ହେଉଥିବା ଅଭିଯୋଗ ହେଉଛି।ଯୋଗାଣ ବିଭାଗ ସବୁଜାଣି କାର୍ଯ୍ୟାନୁଷ୍ଠାନ ନ ନେଇ ଚୁପ ରହିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।ପ୍ରକାଶ ଥାଉକି ସହରର ପ୍ରତ୍ୟେକ ହୋଟେଲ ଓ ରେଷ୍ଟୁରେଣ୍ଟ ରେ କମର୍ସିଆଲ ସିଲିଣ୍ଡର ଥାଏ କିନ୍ତୁ ତାହା ବ୍ୟବହାର ନ କରି ଘରୋଇ ସିଲିଣ୍ଡର ବ୍ୟବହାର ହେଉଥାଏ।ଯାଞ୍ଚ ସମୟରେ କମର୍ସିଆଲ ସିଲିଣ୍ଡର ଅଧିକାରୀଙ୍କୁ ଦେଖାଇବା ପାଇଁ ଥାଏ।

Leave a Reply

Your email address will not be published. Required fields are marked *