କଳାପଥର ସେବା ସମବାୟ ସମିତି ସମ୍ପାଦକଙ୍କ ଦୁର୍ନୀତିକୁ ଘଣ୍ଟ ଘୋଡାଉଛନ୍ତି ଏଆରସିଏସ ବାଙ୍କୀ !!!

Spread the love

କଳାପଥର ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : କଳାପଥର ସେବା ସମବାୟ ସମିତି ସମ୍ପାଦକଙ୍କ ଦୁର୍ନୀତିକୁ ଘଣ୍ଟ ଘୋଡାଉଛନ୍ତି ଏଆରସିଏସ ବାଙ୍କୀ। କଟକ ଜିଲ୍ଲା ବାଙ୍କୀ ବ୍ଲକ ଅନ୍ତର୍ଗତ କଳାପଥର ଗ୍ରାମ ପଞ୍ଚାୟତରେ ଥିବା ସେବା ସମବାୟ ସମିତି ସମ୍ପାଦକ ମିର୍ଜା ଅନୱର ଅଲ୍ଲୀବେଗ ହଡ଼ପ କରିଥିବା ଅର୍ଥ ରାଶି ୯,୩୦, ୯୩୭ଟଙ୍କା ଦୁର୍ନୀତିକୁ ଘଣ୍ଟ ଘୋଡାଉଛନ୍ତି arcs ବାଙ୍କୀ। ସୂଚନ ଥାଉକି ଗତ ୨୦.୩.୨୦୨୫ ରିଖ ଗୁରୁବାର ଦିନ ସମସ୍ତ ଚାଷୀଙ୍କ ଅଭିଯୋଗ କ୍ରମେ arcs ମହୋଦୟଙ୍କ ସହ ଆଲୋଚନା କରି କରାଯାଇଥିଲା ନ୍ୟୁଜ ପ୍ରସାରଣ। ତେବେ ସବୁଠାରୁ ବଡ଼ କଥା ହେଉଛି ନ୍ୟୁଜ ପ୍ରସାରଣ ପରେ arcs ମହୋଦୟ ଦେଇଥିବା ପ୍ରତିଶୃତି ଅନୁଯାୟୀ ଆଜି ପୁନର୍ବାର ତାହା ତର୍ଜମା ହେବା ସହ କରାଯାଇଥିଲା ଦୁର୍ନୀତିର ପର୍ଦ୍ଦାଫାଶ। ଏହି ଆଧାରରେ ମୁଖ୍ୟ ଅଭିଯୋଗ କାରୀ ଅକୃର ରଣା ଜଣେ ଶିକ୍ଷିତ ବ୍ୟକ୍ତି ହୋଇଥିଲେ ସୁଦ୍ଧା ସମିତିର ସମ୍ପାଦକ ଅନୱର ଆଲ୍ଲିବେଗ ତାଙ୍କର ଲୋନ କରାଇବା ପାଇଁ କହି ଅଭିଯୋଗ କାରୀଙ୍କ ଦସ୍ତଖତ ନେଇ ୩୫ ହଜାର ଟଙ୍କା ଆତ୍ମସାତ କରି ନିଜ ମାଙ୍କ ନାମରେ ଜମା ରଖିଛନ୍ତି ବୋଲି ଅଭିଯୋଗ କରିଥିଲେ। ଏଥି ସହିତ କଳାପଥର ସେବା ସମବାୟ ସମିତିର ଅଶିକ୍ଷିତ ନିରୀହ ଚାଷୀଙ୍କର ଜାଲ ଦସ୍ତଖତ କରି ଟଙ୍କା ହଡ଼ପ କରି ନିଜ ମା ଓ ବାପାଙ୍କ ଜମା ରଖିବା ସହ ୨୦୨୦/୨୧ ମସିହାରେ ସମିତିର ସମ୍ପାଦକ ସମସ୍ତ ଚାଷୀଙ୍କ ଠାରୁ ଇନ୍ସ୍ୟୁରାନ୍ସ କରାଇବା ନାମରେ ୮ ଲକ୍ଷ୍ୟରୁ ଉର୍ଦ୍ଧ ଟଙ୍କା ଆଦାୟ କରି ଇନ୍ସ୍ୟୁରାନ୍ସ ନକରି ସେଇ ଟଙ୍କାକୁ ସମିତି ଖାତାରେ ଜମା ରଖି ହଡ଼ପ କରିଥିବା ଅଭିଯୋଗ ହୋଇଛି। ସବୁଠାରୁ ବଡ଼ କଥା ହେଉଛି ଆଜକୁ ଆଠବର୍ଷ ହେଲା ସମିତିର ଅଡିଟ ହୋଇନାହିଁ କି ତାଙ୍କ ନାମରେ ଥିବା ୯, ୩୦,୯୩୭ ଟଙ୍କା ଆଦାୟ ହୋଇପାରିନାହିଁ । କେଉଁ କାରଣରୁ କଳାପଥର ସେବା ସମବାୟ ସମିତିରେ ଆଜକୁ ଆଠବର୍ଷ ହେଲା ଅଡିଟ ହୋଇନାହିଁ ତାହାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିବା ସହ ସମିତି ସମ୍ପାଦକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସମିତି ସମ୍ପାଦକଙ୍କୁ ଅନ୍ୟତ୍ର ବଦଳି କରନ୍ତୁ ଓ ସମିତିରେ ନିଯୁକ୍ତି ପାଇଥିବା ବୋର୍ଡ ମେମ୍ବର ଗଗନ ବିଶ୍ବାଳ ଓ ରଶ୍ମିତା ବେହେରାଙ୍କୁ ବହିସ୍କାର କରାଯାଉ। ସମିତିରେ ସ୍ଥାୟୀ ପିଅନ ନଥାଇ ଅଫିସ କାମ କିପରି ଭାବରେ ପରିଚାଳିତ ହେଉଛି ସମିତି ସମ୍ପାଦକ ମିର୍ଜା ଅନୱର ଅଲ୍ଲିବେଗ ସମିତିକୁ ନିଜର ପୈତୃକ ସଂପତ୍ତି ଭାବି ନିଜର ପରିଚିତ ଲୋକଙ୍କୁ ବୋର୍ଡ ସଭ୍ୟ ଭାବରେ ନିଯୁକ୍ତି ଦେଇ କାର୍ଯ୍ୟାଳୟକୁ ଚଳାଇବା ସହ ଅଫିସକୁ ଡିୟୁଟି ସମୟରେ ନଆଶି ସନ୍ଧ୍ୟା ୬ ଘଟିକା ଠାରୁ ରାତ୍ର ୧୨ଘଟିକା ପର୍ଯ୍ୟନ୍ତ ଆସି କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି । ସବୁଠାରୁ ବଡ଼ କଥା ହେଉଛି ଅଫିସ ଖୋଲିବା ସମୟ ଦିବା ୧୦ ଘଟିକା ଥିବା ବେଳେ ସେହି ସମୟରେ ଅଫିସ ନଆସି ଅପରାହ୍ନ ସମୟରେ ଆସି କାର୍ଯ୍ୟ କରନ୍ତି। ନିଜର ଆର୍ଥିକ ଫାଇଦା ଓ ଅପକର୍ମକୁ ଲୁଚାଇବାକୁ ଯାଇ ସମିତିର ବୋର୍ଡ ଡାଇରେକ୍ଟର ଭାବେ ନିଯୁକ୍ତି ପାଇଥିବା ବ୍ୟକ୍ତିଙ୍କ ଦ୍ଵାରା କାର୍ଯ୍ୟ କରୁଛନ୍ତି। ସମିତିର ସମ୍ପାଦକ ମିର୍ଜା ଅନୱର ଅଲ୍ଲୀବେଗ ଙ୍କ ବାପା ମିର୍ଜା ସର୍ଦ୍ଦାର ଅଲ୍ଲିବେଗ ୧୫ ବର୍ଷ ଧରି କଳାପଥର ଗ୍ରାମ ପଞ୍ଚାୟତରେ ସରପଞ୍ଚ ଦାୟିତ୍ୱରେ ଥିବା ବେଳେ ତାଙ୍କ ବାହୁ ଛାୟା ତଳେ ରହି ଦଳୀୟ ଭିତ୍ତିରେ କାର୍ଯ୍ୟାଳୟକୁ ଚଳାଉଛନ୍ତି। ଯଦି ଜଣେ ସାଧାରଣ ଚାଷୀ ତାଙ୍କ ନାଁରେ ଅଭିଯୋଗ ଆଣିଲେ ତାଙ୍କୁ (ଋଣ ଦେବା, ସାର ବିହନ ଦେବା, ଧାନ ମଣ୍ଡିରେ ଧାନ ଦେବା, ଇନ୍ସ୍ୟୁରାଂସ କରାଇବା ଇତ୍ୟାଦିକୁ କେନ୍ଦ୍ର କରି ଚାଷୀଙ୍କୁ ଧମକ ଦିଅନ୍ତି। ସମିତିର ସମ୍ପାଦକ ଓ ତାଙ୍କ ସମ୍ପର୍କୀୟଙ୍କ ନାମରେ କେତେ ଟଙ୍କା ଋଣ ଅଛି ଓ ତାଙ୍କର କେତେ ପରିମାଣରେ ଜମି ଅଛି ତାହାର ତଦନ୍ତ କରି ସର୍ବ ସମ୍ମୁଖରେ ପ୍ରକାଶ କରନ୍ତୁ।

Leave a Reply

Your email address will not be published. Required fields are marked *