ପାଇକମାଳ ( ଆୱାଜ ମିଓଡିଆ ) – କୃଷ୍ଣଚନ୍ଦ୍ର ସାହୁ : ଖରମାଳ ଗାଁ ରେ ଗୋମାତା ପୂଜନ ବିହନ ପରବ ! ପାଇକମାଳ ବ୍ଲକ ଖରାମାଳ ଗ୍ରାମରେ ଦୁଇ ଦିନ ଧରି ଗୋମାତା ପୁଜା ଓ 18 ତମ ଦେଶୀ ବିହନ ପରବ ଅହିଂସା କ୍ଳବ୍ ତରଫରୁ ଅନୁଷ୍ଠିତ ହୋଇଥିଲା ! ଏହି ଦେଶୀ ବିହନ ପରବ ରେ ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ , ଅନ୍ୟତମ ଅତିଥି ଭାବରେ କୋରାପୁଟ ଜିଲ୍ଲା ପ୍ରଗତି ଅନୁଷ୍ଠାନ ର ସମ୍ପାଦକ ପ୍ରଭାକର ଅଧିକାରୀ , ଡ. ମୋନ ପଣ୍ଡା , ପାଇକମାଳ ବ୍ଲକ କୃଷି ଅଧିକାରୀ ସୋମନାଥ ମହାପାତ୍ର, ପତିତପାବନ ସାହୁ , ଭାରତୀୟ କିଶାନ ସଂଘ ସଭାପତି ପିତାମ୍ବର ସାହୁ, ନିର୍ମାଣ ସଂସ୍ଥା ରୁ ପ୍ରଶାନ୍ତ ମହାନ୍ତି, ଜିଲ୍ଲା ପରିଷଦ ସୁରେନ୍ଦ୍ର ସିଂ ବରିହା ଓ ତ୍ରିପୁରା ବରିହା ପ୍ରମୁଖ ଯୋଗ ଦେଇଥିଲେ । ଅହିଂସା କ୍ଳବ୍ ସମ୍ପାଦକ ଶିବ ପ୍ରସାଦ ସାହୁ ସଭା କାର୍ଯ ଆରମ୍ଭ କରି ଦେଶୀ ବିହନ ପରବ ପାଳନ ଅବସରରେ ଯୋଗ ଦେଇଥିବା ଅତିଥି ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଅତିଥି ମାନେ ପରିବେଶ ପ୍ରଦୂଷଣ ଜଳ,ମାଟି ,ପବନ ଉପରେ ବିଶଦ ଆଲୋଚନା କରିଥିଲେ ! ପ୍ରଭାକର ଅଧିକାରୀ କହିଥିଲେ ଦେଶୀ ବିହନ ବାଛିବାର ମୁଖ୍ୟ କାରଣ ଥିଲା ଦେଶୀ ଧାନ ର ଅଭାବୀ ବିକ୍ରି , କିନ୍ତୁ ବର୍ତ୍ତମାନ ଦେଶୀ ବିହନ ର ଚାହିଦା ବଢୁଛି , ପ୍ରାକୃତିକ କୃଷି ଯୋଜନା ପାଇକମାଳ ବ୍ଲକ ରେ ଚାଲିବ ବୋଲି ସୋମନାଥ ମହାପାତ୍ର ଚାଷୀ ମାନଙ୍କୁ ଜଣାଇଥିଲେ ! ମୁଖ୍ୟ ଅତିଥି ଶ୍ରୀ ପ୍ରଦୀପ ପୁରୋହିତ ଚାଷୀ ମାନଙ୍କୁ ସଚେତନ ହୋଇ ଦେଶୀ ବିହନ ବଞ୍ଚାଇଥିବାରୁ ଖରମାଲ୍ ଗ୍ରାମ ବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ଗ୍ରାମର ମହିଳା ମାନଙ୍କ ସହ ଗୀତ ଗାଇଥିଲେ ଓ ନାଚିଥିଲେ । ଏହି କାର୍ଯ୍ୟକ୍ରମରେ ଖରାମାଲ୍ ଗ୍ରାମବାସୀ ଓ ଅହିଂସା କ୍ଳବ୍ ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।
ଖରମାଳ ଗାଁ ରେ ଗୋମାତା ପୂଜନ ଏବଂ ବିହନ ପରବ !!!

