ବୃକ୍ଷ ରୋପଣ ପାଇଁ ସମ୍ଭବ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସଚେତନତା ବାର୍ତ୍ତା !!!

Spread the love

କଟକ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବିଶ୍ୱ ପୃଥିବୀ ଦିବସରେ ଜୀବେ ଦୟାର ଆହ୍ବାନ ତଥା ବୃକ୍ଷ ରୋପଣ ପାଇଁ ସମ୍ଭବ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସଚେତନତା ବାର୍ତ୍ତା ! ଛତିଆ ଅଞ୍ଚଳ ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ତଥା ସମଗ୍ର ଓଡ଼ିଶା ସେବା ଅଭିଯାନ ରେ ସାମିଲ ହୋଇଥିବା ସମ୍ଭବ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବିଶ୍ୱ ପୃଥିବୀ ଦିବସ ଅଵସରରେ ଛତିଆ ସ୍ଥିତ ଧନିଆ ପାହାଡ଼ ର ବଣଜଙ୍ଗଲରେ ଗ୍ରୀଷ୍ମ ଋତୁ ରେ ଜଳକଷ୍ଟ ଦୂର କରିବା ପାଇଁ ପକ୍ଷୀ ମାନଙ୍କ ପାଇଁ ଦଶ ଗୋଟି ମାଟି ଜଳପାତ୍ର ସ୍ଥାପନ କରାଯାଇଛି ! ରାଜ୍ୟ ବାସୀଙ୍କୁ ବୃକ୍ଷ ରୋପଣ ପାଇଁ ସଚେତନତା ର‌ ବାର୍ତ୍ତା ପ୍ରଦାନ କରିଥିଲେ ସଂଗଠନର ମୁଖ୍ୟ କୁମାରୀ ପ୍ରମିଳା ସିଂ। ପରିବେଶର ସୁରକ୍ଷା କରିବା ନିମିତ୍ତ ପ୍ଲାଷ୍ଟିକ ବ୍ୟବହାର ର ମାତ୍ରା କମାଇବା, ଜଳକୁ ନଷ୍ଟ ନ କରି ସଠିକ୍ ବ୍ୟବହାର କରିବା ବିଶ୍ଵ ପୃଥିବୀ ଦିବସ ଅବସରରେ ପୃଥିବୀକୁ ସୁରକ୍ଷିତ ରଖିବା ପାଇଁ ଶପଥ ନେବା ସହିତ ପ୍ରଦୂଷଣ ନିୟନ୍ତ୍ରଣ କରିବା ସହ ପ୍ରାକୃତିକ ପରିବେଶକୁ ନଷ୍ଟ ହେବାକୁ ନଦେଇ ସମସ୍ତଙ୍କ ମିଳିତ ପ୍ରୟାସରେ ଏକ ସୁନ୍ଦର ସବୁଜ ପରିବେଶ ନିର୍ମାଣ କରିବା , ଗଛ ଲଗାଇ ପରିବେଶର ସୁରକ୍ଷା ନିମିତ୍ତ ଅବିରତ ପ୍ରୟାସ ଜାରି ରଖିବା ପାଇଁ ମଧ୍ୟ ଅନୁରୋଧ ରଖିଛନ୍ତି ।

Leave a Reply

Your email address will not be published. Required fields are marked *