ଆନନ୍ଦ ଉଲ୍ଲାସର ସହିତ ସମପାନ ହୋଇଛି ଦଶପଲ୍ଲା ର ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରା !!!

Spread the love

ଦଶପଲ୍ଲା ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ଆନନ୍ଦ ଉଲ୍ଲାସର ସହିତ ସମପାନ ହୋଇଛି ଦଶପଲ୍ଲା ର ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରା ! ଦୀର୍ଘ ବର୍ଷ ଧରି ନୀତି ନିୟମ ଓ ନିଷ୍ଠାର ସହିତ ଏ ଯାତ୍ରା ପାଳନ କରୁଛନ୍ତି ଅଞ୍ଚଳବାସୀ ! ଚଳିତ ବର୍ଷ ଧୁମ ଧାମ ରେ ଯାତ୍ରା ଆୟୋଜିତ ହୋଇଥିବା ସମୟରେ ଶେଷ ରାତିରେ ମୁଖ୍ୟ ଆକର୍ଷଣ ଥିଲା ରାବଣପୋଡ଼ି ! ଉଦଯାପନୀ ସନ୍ଧ୍ୟାରେ ଉଦଘାଟକ ଭାବରେ ଯୋଗ ଦେଇଥିଲେ ଓଡିଶା ବିଧାନସଭାର ମାନ୍ୟବର ବାଚସ୍ପତି ସୁରମା ପାଢୀ , ମଞ୍ଚରେ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ରହିଥିଲେ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ , ମହୋତ୍ସବ କମିଟିର ସଭାପତି ତଥା କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ , ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ସ୍ୱତନ୍ତ୍ର ଅତିଥି ରୂପେ ମଞ୍ଚାସୀନ ଥିବା ସମୟରେ ସମ୍ମାନୀତ ଅତିଥି ରୂପେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ୱାଇଁ , ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ ଯୋଗ ଦେଇଥିଲେ ! ସ୍ୱତନ୍ତ୍ର ଐତିହାସିକ କୀର୍ତ୍ତି ବହନ କରୁଥିବା ମହାବୀର ମନ୍ଦିରରେ ହୋଇଥିଲା ପ୍ରବଳ ଜନ ସମାଗମ ! ବଜରଙ୍ଗବାଲି ଙ୍କ ଦର୍ଶନ ସହିତ ଅନ୍ନ ପ୍ରସାଦ ସେବନ କରିଥିଲେ ଶ୍ରଦ୍ଧାଳୁ !

Leave a Reply

Your email address will not be published. Required fields are marked *