ତିରିଶି ପରସେଣ୍ଟ ପି.ସି ରେ ହେଉଛି ମନରେଗା କାମ : ଯନ୍ତ୍ରୀ ଠିକାଦାର ମାଲେ ମାଲ !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ସନ୍ତୋଷ କୁମାର ମହାପାତ୍ର : ତିରିଶି ପରସେଣ୍ଟ ପି.ସି ରେ ହେଉଛି ମନରେଗା କାମ l ଯନ୍ତ୍ରୀ ଠିକାଦାର ମାଲେ ମାଲ l ଏହିପରି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ନୂଆବଗ ପଞ୍ଚାୟତ ବାହାଲୁଣ୍ଡା ଗାଁ ବନ୍ଧ ମାଟି ଖୋଳା କାର୍ଯ୍ୟ ରେ l ବିନା ଅନୁମୋଦନରେ , ବିନା ଲେବର ରେ ଓ ବିନା ସୂଚନା ଫଳକରେ ବନ୍ଧ ଖୋଳାଯାଇଛି l ଏହି ବନ୍ଧ ଲୋକମାନଙ୍କ ଦ୍ବାରା ଖୋଳା ନ ହୋଇ ମେସିନ ଦ୍ଵାରା ଖୋଳା ଯାଉଥିବା ସମୟରେ ଆମ ପ୍ରତିନିଧି ଏହି ପଞ୍ଚାୟତ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଦୀପାଞ୍ଜଳୀ ସାହୁଙ୍କୁ ଫୋନ ଯୋଗେ ଯୋଗା ଯୋଗ କରିଥିଲେ ମଧ୍ୟ ସେ ଫୋନ ରିସିଭ କରିଥିଲେ ନଥିଲେ l ତେଣୁ ଯାହା ଜଣା ଯାଇଛି ଯନ୍ତ୍ରୀ ମୋଟା ଅଙ୍କର ପି.ସି ପାଇ ଚୁପ୍ ଓ ବିନା ଲେବର ରେ କାମ ହୋଇଥିବା ବେଳେ ଲେବର ଙ୍କ ନାମରେ ଡିମାଣ୍ଡ ଦେଇ ଠିକାଦାର ଓ ଯନ୍ତ୍ରୀ ତୋର ଅଧେ କୁ ମୋର ଅଧେରେ ଚାଲିଛି ମନରେଗା କାମ ! ଠିକାଦାରଙ୍କ ଅନୁଗତ ଓ ସମ୍ପର୍କୀୟଙ୍କ ଜବ କାର୍ଡ ରେ ଲେବର ଡିମାଣ୍ଡ ଦେଇ ଟଙ୍କା ହରିଲୁଟ କରାଯାଉଛି l ତେଣୁ ତଳ ଠାରୁ ଉପର ପର୍ଯ୍ୟନ୍ତ ବ୍ଲକ ପ୍ରଶାସନ ମୋଟା ଅଙ୍କର ପି.ସି ପାଇ ଦୁର୍ନୀତି କୁ ଦେଖି ନ ଦେଖିଲା ପରି ହେଉଛନ୍ତି l ବ୍ଲକ ବିଡ଼ିଓ ଏହି ଦୁର୍ନୀତି କରିଥିବା ଠିକାଦାର ଓ ଯନ୍ତ୍ରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହିତ ଲେବର ଡିମାଣ୍ଡ ବନ୍ଦ କରିବା ପାଇଁ ଗ୍ରାମବାସୀ ଓ ଜନସାଧାରଣ ଦୃଢ଼ ଦାବି କରିଛନ୍ତି l

Leave a Reply

Your email address will not be published. Required fields are marked *