ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବୋଲଗଡ଼ ବ୍ଲକ ଅନ୍ତର୍ଗତ ଧଳାପଥର ଗ୍ରାମ ପଞ୍ଚାୟତ ଅଧୀନରେ ୨୦୨୩-୨୪ ଆର୍ଥିକ ବର୍ଷ ରେ ବିଧାୟକଙ୍କ ହାତପାଣ୍ଠି ଯୋଜନା ରୁ ବ୍ୟୟ ବରାଦ କରାଯାଇଥିବା ଅର୍ଥରୁ କାଶୀନାଥ ପଣ୍ଡା ଘର ଠାରୁ ମିଛପଣ୍ଡା ପୋଖରୀ ରାସ୍ତା ପର୍ଯ୍ୟନ୍ତ ସିମେଣ୍ଟ ଢ଼ଳେଇ ପ୍ରକଳ୍ପ ପାଇଁ ବିନିଯୋଗ ନିମନ୍ତେ ୩,00000/ ଟଙ୍କା ମଞ୍ଜୁର କରାଯାଇଥିଲା । ଯଦିଓ ଉକ୍ତ କାର୍ଯ୍ୟଟି ବିଭାଗୀୟ ଅଧିକାରୀଙ୍କ ନାମରେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା , ତଥାପି ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁଙ୍କ ସୁପାରିଶରେ ଉକ୍ତ କାର୍ଯ୍ୟ ସମ୍ପାଦନ କରିବା ପାଇଁ ଗଙ୍ଗାଧର ସାହୁ ଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଇତି ମଧ୍ୟରେ ନୂତନ ବିଧାୟକ ନିର୍ବାଚିତ ହେବା ପରେ ଉକ୍ତ କାର୍ଯ୍ୟରୁ ପିସି ନେବା ପାଇଁ ତାଙ୍କର ଲୋଲୁପ ଦୃଷ୍ଟି ପଡିଥିଲା ! ଫଳରେ ସେ ବୋଲଗଡ଼ ବ୍ଲକ୍ ର ସହକାରୀ ଯନ୍ତ୍ରୀ ଅମୁଲ୍ୟ ବାହିନୀପତି ଙ୍କୁ ଅସ୍ତ୍ର କରି ବିଜେଡ଼ି ର ଜଣେ ପୂର୍ବତନ ସରପଞ୍ଚ କୁ ଉକ୍ତ କାର୍ଯ୍ୟ କରିବା ପାଇଁ ପ୍ରଭାବିତ କରିବାରୁ ସହକାରୀ ଯନ୍ତ୍ରୀ ଅମୁଲ୍ୟ ବାହିନପତି କାର୍ଯ୍ୟ ଆରମ୍ଭ କରିଥିବା ଗଙ୍ଗାଧର ସାହୁଙ୍କୁ ସେ ପକାଇଥିବା ବାଲି, ଗୋଡି ଉଠାଇ ନେବାକୁ ତାଗିଦ କରିଥିଲେ ! ଫଳରେ କାର୍ଯ୍ୟ ପାଇଁ ସାମଗ୍ରୀ ପକାଇଥିବା ବ୍ୟକ୍ତି ପୂର୍ବତନ ବିଧାୟକଙ୍କ ଦ୍ଵାରସ୍ଥ ହେବାରୁ ପ୍ରାକ୍ତନ ବିଧାୟକ ରାଜେଦ୍ର ସାହୁ ଟେଲିଫୋନ ଯୋଗେ ଯୋଗାଯୋଗ କରି ଗଙ୍ଗାଧର ସାହୁ ଉକ୍ତ କାର୍ଯ୍ୟ ସମ୍ପାଦନ ପାଇଁ ନବ ନିର୍ବାଚିତ ବିଧାୟକଙ୍କୁ ଚାପ ପକାଇବାରେ ଗଙ୍ଗାଧର ସାହୁ ଉକ୍ତ କାର୍ଯ୍ୟ କରିବା ପାଇଁ ସମର୍ଥ ହେଲେ । ଏଥିରେ କ୍ଷୁବ୍ଧ ହୋଇ ବିଧାୟକ କାର୍ଯ୍ୟ ସରିବା ପରେ ବିଲ୍ ଅଟକାଇବା ସହିତ ମୋଟ ବିଲ୍ ଟଙ୍କାରୁ ଗଙ୍ଗାଧର ସାହୁ ଙ୍କୁ ବୋଲଗଡ଼ ବ୍ଲକ କନିଷ୍ଠ ଯନ୍ତ୍ରୀ ଅନିତା ସେନାପତି ଗତ ୮.୧.୨୦୨୫ ରିଖ ରେ ଦୁଇ ଲକ୍ଷ ୩୬ ହଜାର ଟଙ୍କାର ଏକ ବ୍ୟାଙ୍କ ଚେକ୍ ଫିରୋଜ୍ କୁମାର ବରାଳଙ୍କ ନାମରେ ପ୍ରଦାନ କରିଥିଲେ । ମୋଟ ପ୍ରକଳ୍ପର ମୂଲ୍ୟ ୩ ଲକ୍ଷ ଟଙ୍କା ହୋଇଥିଲା ବେଳେ ମୋଟ ବିଲ୍ ଟଙ୍କାରୁ ଲକ୍ଷେ ଟଙ୍କା ରେ ୧୦ ପ୍ରତିଶତ ଟଙ୍କା ବିଧାୟକଙ୍କ ସପକ୍ଷରେ ପିସି ବାବଦକୁ ଧଳାପଥର ପଞ୍ଚାୟତ ର ପୂର୍ବତନ ସରପଞ୍ଚଙ୍କ ମାଧ୍ୟମରେ ବିଧାୟକ ନେଇଥିବା ଜଣାପଡିଛି ! ଏ ସମ୍ପର୍କରେ ସହକାରୀ ଯନ୍ତ୍ରୀଙ୍କୁ ପଚାରିବାରୁ ସେ କହିଲେ ଯେତିକି ବିଲ୍ ହୋଇଛି ତୁମକୁ ସେତିକି ବିଲ୍ ଦିଆଯାଇଛି ! କେତେ ଟଙ୍କା ବିଲ୍ ହୋଇଛି ବୋଲି ରେକର୍ଡ ଦେଖିବାକୁ ଚାହିଁବାରୁ ସେମାନେ ବେପରୁଆ ଭାବେ କଥାକୁ ଏଡ଼ାଇ ଯାଇଥିଲେ ! ଏ ସଂପର୍କ ରେ ପୁର୍ବତନ ବି ଡି ଓ ଶରତ କୁମାର ମଲ୍ଲିକ ଙ୍କୁ ଅବଗତ କରାଇ ଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା ! ଏବେ ନୂତନ ଭାବେ ଯୋଗ ଦେଇଥିବା ବି ଡି ଓ ଘଟଣା ର ଅନୁସନ୍ଧାନ କରି ପଦକ୍ଷେପ ଗ୍ରହଣ କରିବା କୁ ଶ୍ରୀ ସାହୁ ଅନୁରୋଧ କରିଛନ୍ତି !
ପିସି ଉର୍ଦ୍ଧ୍ୱରେ କେହି ନୁହନ୍ତି : ସାମ୍ବାଦିକ ବି ବାଦ ପଡିଲେନି !!!

