ଟାଟା ଷ୍ଟିଲ ପକ୍ଷରୁ ନୂତନ ଶ୍ରେଣୀ ଗୃହ ଉଦ୍ଘାଟିତ !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ସନ୍ତୋଷ କୁମାର ମହାପାତ୍ର :ଟାଟା ଷ୍ଟିଲ ପକ୍ଷରୁ ନୂତନ ଶ୍ରେଣୀ ଗୃହ ଉଦ୍ଘାଟିତ l ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ପାଇକ ପୁରୁଣାକୋଟ ପଂଚାୟତର ପୁରୁଣା କୋଟ ସରକାରୀ ନୋଡାଲ ଉ ପ୍ରା ବିଦ୍ୟାଳୟ ରେ ଟାଟା ଷ୍ଟିଲ କମ୍ପାନୀ ତରଫରୁ ନିର୍ମିତ ନୂତନ ଶ୍ରେଣୀ ଗୃହକୁ ସାଂସଦ ରୁଦ୍ର ନାରାୟଣ ପାଣି ଓ ବିଧାୟିକା ସୀମାରାଣୀ ନାୟକ ଉଦଘାଟନ କରିଛନ୍ତି l ସାଂସଦ ଓ ବିଧାୟିକା ବିଦ୍ୟାଳୟ ପରିସରରେ ପହଞ୍ଚିବା କ୍ଷଣି ଟାଟା ଷ୍ଟିଲ ପକ୍ଷରୁ ନୃସିଂହ ଚରଣ ମହାପାତ୍ର ଓ କେ ସୌରଭ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ଓ ସାଂସଦ ରୁଦ୍ର ନାରାୟଣ ପାଣି, ବିଧାୟିକା ଓ ଟାଟା ଷ୍ଟିଲ ପକ୍ଷରୁ ନୃସିଂହ ଚରଣ ମହାପାତ୍ର, ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମମତା ପାଣିଗ୍ରାହୀ ଓ ବ୍ଲକ ଉପାଧ୍ୟକ୍ଷ ବରୁଣ କୁମାର ସର ନଡ଼ିଆ ବାଡେଇ ଶୁଭ ଉଦ୍ଘାଟନ କରିଥିଲେ ! ଏହି କାର୍ଯ୍ୟକ୍ରମରେ ସରପଞ୍ଚ ପ୍ରତାପ କୁମାର ପ୍ରଧାନ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟା, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ସହଦେବ ପୃଷ୍ଟି, ଜିଲ୍ଲା ସାଧାରଣ ସମ୍ପାଦକ ସୁଶାନ୍ତ କୁମାର ପତି, ସୁନୀତା ନାଥ, ଗୀତାଞ୍ଜଳି ସାହୁ, ବୁଥ କମିଟି ସଭ୍ୟା ସୁକାନ୍ତି ରଥ, ସାପୁଆ ପାଣି ପଞ୍ଚାୟତ ଚେୟାରମ୍ୟାନ ପ୍ରେମାନନ୍ଦ ପଟ୍ଟନାୟକ ଓ ବିଜେପି ଦଳର ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *