ପ୍ରଶାସନ ଯାହା କରି ନପାରିଛି : ତାହା ପିଲାମାନେ କରି ଦେଖାଇଲେ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡା ବ୍ଲକ ଅନ୍ତର୍ଗତ ତାଳବସ୍ତ ଗ୍ରାମର ବାବା କପିଳେଶ୍ୱର ନାଟ୍ୟ ସଂସଦ ତରଫରୁ ତାଳବସ୍ତ ମୁଖ୍ୟ ବଜାର ତଥା ଦୁର୍ଗା ମଣ୍ଡପ ନିକଟସ୍ଥ ପରିତ୍ୟକ୍ତ ଡ୍ରେନ ଏବଂ ରାସ୍ତା ଘାଟ ସଫେଇ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଅଛି । ବହୁ ବର୍ଷ ହେଵ ଗାଁ କଲ୍ୟାଣ ସମିତି ଏହାର ସଫା ସୁତାର ଦାୟିତ୍ୱ ନକରି ବହୁ ସମୟ କେବଳ ଫଟୋ ଉଠାଇ ସରକାରୀ ଟଙ୍କା ଆତ୍ମସାତ କରିବାର ଅଭିଯୋଗ ହୂଏ | ଏହି ସାମାଜିକ କାର୍ଯ୍ୟକ୍ରମ ରେ ବିଶ୍ୱ ରଞ୍ଜନ ସ୍ୱାଇଁ, ବିପିନ ବାରିକ, ଚନ୍ଦ୍ରକାନ୍ତ ବାରିକ, ଶିବୁ ବିହାରୀ ଏବଂ ଅନନ୍ତ ପ୍ରଧାନ ପ୍ରମୁଖ ଯୋଗଦେଇ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବହୁ ବୁଦ୍ଧିଜୀବୀ ପ୍ରଂଶସା କରିଛନ୍ତି |

Leave a Reply

Your email address will not be published. Required fields are marked *