ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଦୋଳି , ମୀନବଜାର ଏବଂ ବିଭିନ୍ନ ସାମଗ୍ରୀ ର ଦୋକାନ ସହିତ ଭଳିକି ଭଳି ଖାଦ୍ୟ ପସରା ପାଖରେ ଲାଗିଥିଲା ଖଚାଖଚ ଭିଡ ! ଆନନ୍ଦ ଉଲ୍ଲାସ ଓ ଉତ୍ସାହର ସହିତ ଶେଷ ହୋଇଛି ଶିମିଳିପୁର ଜାଗର ମହୋତ୍ସବ 2023 ! ଆୟୋଜକ କମିଟିର ଅକ୍ଲାନ୍ତ ପରିଶ୍ରମ , ସ୍ବେଛାସେବୀ ମାନଙ୍କର ନିରନ୍ତର ଉଦ୍ୟମ ଏବଂ ସର୍ବୋପରି ଅତିଥି ମାନଙ୍କର ଉପସ୍ଥିତି ଏବେ ଉତ୍ସାହବର୍ଦ୍ଧକ ପ୍ରେରଣା କାରଣରୁ ସଫଳତାର ସହିତ କାର୍ଯ୍ୟକ୍ରମ ସମାପ୍ତ ହୋଇଥିବାର ଦେଖାଯାଇଛି ! ତେବେ ଉଦଯାପନୀ ଉତ୍ସବରେ ସବୁଠାରୁ ଆକର୍ଷଣୀୟ ଥିଲା ବାଙ୍କୀ ଅଞ୍ଚଳର ବରିଷ୍ଠ ସାମ୍ବାଦିକ ସମରେନ୍ଦ୍ର ମହାପାତ୍ରଙ୍କ ଅଭିଭାଷଣ ! କମିଟିର ଅନ୍ୟତମ ଉପଦେଷ୍ଟା ଭାବରେ ତାଙ୍କର ଅକୁଣ୍ଠ ସହଯୋଗକୁ କମିଟି ସଦସ୍ୟ ସ୍ୱୀକାର କରିଥିବା ସମୟରେ , ଡାଉନ ସମୟରେ ତାଙ୍କର ବକ୍ତବ୍ୟ ବୁଷ୍ଟର ଡୋଜ ପରି କାମ କରେ ବୋଲି ଅନୁଷ୍ଠାନର ସଭାପତି ଦେବୀଦତ୍ତ ବିଭୂତିରାୟ ପ୍ରକାଶ କରିଥିଲେ !

ତେବେ ମଞ୍ଚ ପରିଚାଳନା କରୁଥିବା ସଦସ୍ୟ ଜଣକ , ସମରେନ୍ଦ୍ର ମହାପାତ୍ରଙ୍କ ବକ୍ତବ୍ୟ ପୂର୍ବରୁ ତାଙ୍କୁ ବାଙ୍କୀ ର ବରିଷ୍ଠ ସାମ୍ବାଦିକ ଏବଂ ବାଙ୍କୀ ପ୍ରେସ କ୍ଲବ ର ଉପ ସଭାପତି କହି ପରିଚିତ କରାଇଥିଲେ ! କିନ୍ତୁ ପୁରା ଭାଷଣ ଶୁଣିବା ପରେ ଲାଗିଲା ଯେମିତି ସେ ବାଙ୍କୀ ବିଜେଡିର ମୁଖପାତ୍ର ! ସାତ ମିନିଟ ର ଭାଷଣରେ ଅତି କମରେ ସତର ଥର ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଏବଂ ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କର ନାଁ ନେଇଥିବେ ! କେବଳ ସେତିକି ନୁହେଁ ବାଙ୍କୀ ମହୋତ୍ସବ ର ଆର୍ଥିକ କାରବାର କୁ ନେଇ ଚିଟଫଣ୍ଡ ସମ୍ପୃକ୍ତି ଏବଂ ସିବିଆଇ ଘଟଣାକୁ ହଳାହଳ ବିଷ କହି ପ୍ରଭାତ ବାବୁଙ୍କୁ ନୀଳକଣ୍ଠ ବୋଲି ମଧ୍ୟ ସମ୍ବୋଧନ କଲେ ! ଅବଶ୍ୟ ତାଙ୍କର ଧର୍ମପତ୍ନୀ ବାଙ୍କୀ ସେଣ୍ଟ୍ରାଲ ଜୋନ ର ନିର୍ବାଚିତ ବିଜେଡି ଜିଲ୍ଲା ପରିଷଦ ! କିନ୍ତୁ ଗଣମାଧ୍ୟମ ସଂଘର ଉପ ସଭାପତି ପଦବୀର ପରିଚୟରେ ଶାସକ ଦଳ ନେତାଙ୍କର ତ୍ରୁଟିଶୂନ୍ୟ ସ୍ତୁତିଗାନ ପରସ୍ପରର ପରିପନ୍ଥୀ ! ମଞ୍ଚ ଉପରେ ଆଉ ମଧ୍ୟ ଜଣେ , ସାମ୍ବାଦିକ ତଥା ରାଜନୈତିକ ବ୍ୟକ୍ତିତ୍ୱ ଥିଲେ ! ବାଙ୍କୀ ପ୍ରେସ କ୍ଲବ ର ସମ୍ପାଦକ ସୁବାଷ ଚନ୍ଦ୍ର ପାଢୀ ! ସେ ତ ଆଜୀବନ ସ୍ତୁତି ଗାୟକ , ତାଙ୍କ କଥା କିମ୍ବା ଭାଷଣ ଆଉ କାହିଁ କହିବା ! ତେବେ ବାଙ୍କୀ ରେ ପରିଚୟ ଦୃଷ୍ଟିରୁ ସେ ବିଜେଡିର ଜଣେ ଟାଣୁଆ ଆଗ ଧାଡ଼ିର ନେତା ! ଆଉ ଏସବୁ ଭାଷଣ ବାଜି ସ୍ତୁତିଗାନ ସମୟରେ ବାଙ୍କୀ ବିଜେଡି ନେତା ମନେ ମନେ ଭାବୁଥିବେ , ବିରୋଧୀ କଂଗ୍ରେସ ଆଉ ବିଜେପି ଯେତେ ହାଲ୍ଲା ଚିଲ୍ଲା କଲେ କଣ ହେବ ! ବାଙ୍କୀ ମିଡ଼ିଆ ବନ୍ଧୁ ମାନେ ତ ଆମର ପବ୍ଲିସିଟି ପାର୍ଟନର !

