ହିନ୍ଦୋଳ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ସନ୍ତୋଷ କୁମାର ମହାପାତ୍ର : ହିନ୍ଦୋଳ ଉପଖଣ୍ତ ସାତମାଇଲ ସ୍ଥିତ ଜଳସେଚନ ଡାକବଙ୍ଗଳା ଠାରେ ହିନ୍ଦୋଳ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମ୍ମିଳନୀ ରେ ଢେଙ୍କାନାଳ ଲୋକସଭା ସାଂସଦ ରୁଦ୍ର ନାରାୟଣ ପାଣି , ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ,ବରିଷ୍ଠ ବିଜେପି ନେତା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଜୟ ଦାଶ , ବରିଷ୍ଠ ନେତା ବିଜେପି ଜିଲ୍ଲା ସଂପାଦକ ସୁଶାନ୍ତ ପତି ,ବ୍ଲକ ଉପାଧ୍ୟକ୍ଷ ବରୁଣ ସର, ସାପୁଆ ବଡଯୋର ପାଣି ପଂଚାୟତ ସଭାପତି ପ୍ରେମାନନ୍ଦ ପଟନାୟକ ,ବରିଷ୍ଠ ବିଜେପି ନେତା ଭାସ୍କର ଚନ୍ଦ୍ର ନାୟକଙ୍କ ସହ ଗୋବିନ୍ଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ବିଧାୟିକା ସୀମାରାଣୀ ନାୟକ ହିନ୍ଦୋଳ ଜନସାଧାରଣଙ୍କର ଦିର୍ଘଦିନର ସ୍ୱପ୍ନ ବଡଯୋର ପ୍ରକଳ୍ପ କୁ ରାଜ୍ୟ ସରକାର ମଞ୍ଜୁର କରିବା ସହ ଏହାର କାର୍ଯ୍ୟ ନିମିତ୍ତ ୧୨୮ କୋଟି ୨୬ ଲକ୍ଷ ଟଙ୍କା ପ୍ରଦାନ କରିଥିଵା ସୂଚନା ଦେଇଥିଲେ ! ଏହି ପ୍ରକଳ୍ପ ମଞ୍ଜୁର ନିମିତ୍ତ ସାଂସଦ ରୁଦ୍ର ନାରାୟଣ ପାଣି , କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ସରକାରଙ୍କ ସହଯୋଗ ପାଇଁ ସମସ୍ତଙ୍କୁ ହିନ୍ଦୋଳ ଜନସାଧାରଣଙ୍କ ତରଫରୁ ଧନ୍ୟବାଦ ଅର୍ପଣ କରିଥିଲେ । କୃଷିର ଉନ୍ନତିରେ କୃଷକ ର ଉନ୍ନତି ନିମିତ୍ତ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଜନହିତକର କାର୍ଯ୍ୟ କରୁଛନ୍ତି ଏବଂ ସାଂସଦ ଲୋକସଭାରେ ଉକ୍ତ ପ୍ରସଙ୍ଗକୁ ଉଠାଇବା ସହ ହିନ୍ଦୋଳ ଜନସାଧାରଣ ଙ୍କ ଦିବା ସ୍ୱପ୍ନ ବଡଯୋର ପ୍ରକଳ୍ପ ଆରମ୍ଭ ନିମିତ୍ତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ସହଯୋଗ ସହ ରାଜ୍ୟ ସରକାରଙ୍କୁ ଦୃଷ୍ଟି ଆକର୍ଷଣ କରିବାପରେ ମୋହନ ସରକାର କଥା ଦେଇ କଥା ରଖି ହିନ୍ଦୋଳ କୃଷି ଓ କୃଷକର ମନକୁ ବୁଝି ପ୍ରକଳ୍ପକୁ ମଞ୍ଜୁର କରିଥିବାରୁ ସେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ସାମ୍ଵାଦିକ ସମ୍ମିଳନୀରେ ହାତୁରା ବିଜେପି ମଣ୍ତଳ ସଭାପତି ସୁଜିତ ଜେନା , ବାବନ୍ଧ ସଭାପତି ପ୍ରବୋଧ ପ୍ରଧାନ , ପାରିକୂଳ ସଭାପତି ରବିନ ବାରିକ , ରାସୋଳ ସଭାପତି ଲିଙ୍ଗରାଜ ସାହୁ , ଅଶୋକ ରାଉତ , ମନୋଜ ପଟନାୟକ , ଜଗନ୍ନାଥ ପାଣି ପଞ୍ଚାୟତ ସଭାପତି ଟଙ୍କଧର ପାଳ ଓ ରାଧାମୋହନ ପାଣିପଞ୍ଚାୟତ ସଂପାଦକ ସନ୍ତୋଷ କୁମାର ଖୁଣ୍ଟିଆ ସକ୍ରିୟ ସହଯୋଗ କରିଥିବା ସମୟରେ ହିନ୍ଦୋଳ ଉପଖଣ୍ତର ବହୁ ସାମ୍ବାଦିକ ଏଥିରେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *