ବଡମ୍ବା ( ଆୱାଜ ମିଡ଼ିଆ ) – ଗୋପାଳ ଚନ୍ଦ୍ର ବେହେରା : ବଡମ୍ବା ନରସିଂହପୁର ଡିଜିଟାଲ ମିଡ଼ିଆ ୟୁନିୟନ ର ସାଙ୍ଗଠନିକ ବୈଠକ ! ପ୍ରସିଦ୍ଧ ଶୈବ ପୀଠ ସିଂହନାଥ ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ବଡମ୍ବା ନରସିଂହପୁର ଡିଜିଟାଲ ମିଡ଼ିଆ ୟୁନିୟନ ର ଏକ ବୈଠକ ୟୁନିୟନ ର ସଭାପତି ନବ କିଶୋର ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି ! ବିଜେପିର କାର୍ଯ୍ୟକ୍ରମ ସମୟରେ ଖବର ସଂଗ୍ରହ ବେଳେ ହୋଇଥିବା ଅପମାନଜନକ ପରିସ୍ଥିତି ସମ୍ପର୍କରେ ସାମ୍ବାଦିକ ଅଶୋକ ଦାସ ଅଭିଯୋଗ ଆଣିବା ପରେ ରାଜ୍ୟ ସଂଘର ପରାମର୍ଶ କ୍ରମେ ଏହି ବୈଠକ ଆୟୋଜିତ ହୋଇଥିଲା ! ରାଜ୍ୟ ସଂଘ ସଭାପତି ସତ୍ୟବ୍ରତ ଦାଶ ବୈଠକରେ ଯୋଗ ଦେଇଥିବା ସମୟରେ ବଡମ୍ବା ଏବଂ ନରସିଂହପୁର ର ବହୁ ସଦସ୍ୟ ଉପସ୍ଥିତ ରହିଥିଲେ ! ବାଙ୍କୀ ୟୁନିୟନ ସଭାପତି ମାନସ , କଟକ ଜିଲ୍ଲା କମିଟି ସଦସ୍ୟ ପୁର୍ଣ୍ନେନ୍ଦୁ ନାୟକ , ବାଙ୍କୀ ୟୁନିୟନ ର ସଦସ୍ୟ ସୁଶାନ୍ତ ନାୟକ , ଶିବ ପ୍ରସାଦ ସାହୁ ଉପସ୍ଥିତ ରହି ଆଗାମୀ ଦିନରେ ବୈଦେଶ୍ଵର ଠାରେ ହେବାକୁ ଥିବା କାର୍ଯ୍ୟକ୍ରମ ରୂପରେଖ ପ୍ରସ୍ତୁତ କରିଥିଲେ !
ବଡମ୍ବା ନରସିଂହପୁର ଡିଜିଟାଲ ମିଡ଼ିଆ ୟୁନିୟନ ର ସାଙ୍ଗଠନିକ ବୈଠକ !!!

