ନଵ ନିର୍ବାଚିତ ସରପଞ୍ଚ ମାନଙ୍କ ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପଞ୍ଚାୟତ ସମ୍ବଳ କେନ୍ଦ୍ର ଠାରେ ନଵ ନିର୍ବାଚିତ ସରପଞ୍ଚ ମାନଙ୍କର ଚାଲିଥିବା ପାଞ୍ଚ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଏହି ପାଞ୍ଚ ଦିନିଆ ତାଲିମ କାର୍ଯ୍ୟକ୍ରମ ରେ ଜିଲ୍ଲାର ତିନୋଟି ବ୍ଳକ ନୂଆଗଡ଼, ରାୟଗଡ ଓ ଆର ଉଦୟଗିରିର ସରପଞ୍ଚ ମାନେ ଅଂଶ ଗ୍ରହଣ କରି ପ୍ରଶିକ୍ଷଣ ନେଇଥିଲେ । ଶିବିରରେ ତାଲିମ ଦାତା ଭାବେ ଲିଙ୍ଗରାଜ ପାଣିଗ୍ରାହୀ, ରବି ନାରାୟଣ ପାଇକରାୟ ଓ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ପ୍ରଶିକ୍ଷଣ ଦେଇଥିଲେ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ଅତିରିକ୍ତ ପ୍ରକଳ୍ପ ଅଧିକାରୀ ଦେବେନ୍ଦ୍ର କହଁର ଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ତାଲିମ ପାଇବା ପରେ ପଞ୍ଚାୟତ ପ୍ରତିନିଧି ମାନେ ସରକାରଙ୍କ ଲୋକାଭିମୁଖୀ ଯୋଜନା କିପରି ପ୍ରକୃତ ହିତାଧିକାରୀ ପାଇ ପାରିବେ ତା ଉପରେ ଗୁରୁତ୍ୱ ଦେବା ସହ ଲୋକଙ୍କୁ ସଚେତନ କରାଇ ଯୋଜନାର ସଫଳ ରୂପାୟନ କରି ପାରିବେ ଓ ମୋ ସ୍ୱପ୍ନ ର ପଞ୍ଚାୟତ ଗଠନ କରି ପାରିବେ । ମୋ ସ୍ୱପ୍ନ ର ପଞ୍ଚାୟତ ଗଠନ କରିବା ସହ ସଶକ୍ତ ଗ୍ରାମ ପଞ୍ଚାୟତ ଓ ସଶକ୍ତ ଓଡ଼ିଶା ଗଠନ କରି ପାରିବେ ବୋଲି ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *