ବାଙ୍କୀ ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : ଶାନ୍ତି ଶୃଙ୍ଖଳାର ସହ ସମାପ୍ତ ହୋଇଛି ବାଙ୍କି ର ଗଣପର୍ବ କୁମାରୋତ୍ସବ ଆଉ ବାଙ୍କୀ ମହୋତ୍ସବ ! ପାଞ୍ଚ ଦିନ ଧରି ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମ ତିନି ଦିନ ବର୍ଷା ବାଧକ ସାଜିଥିଲା ବେଳେ ଶେଷ ଦୁଇ ଦିନର ଜନଗହଳି ସବୁ ଆକଳନକୁ ଭୁଲ ପ୍ରମାଣିତ କରିଛି ! ବାଙ୍କୀ ମହୋତ୍ସବ ସମ୍ପର୍କିତ ରାଜନୈତିକ ଦିଗ ପ୍ରତି ଖବର କଲେ ବିଧାୟକଙ୍କ ଠାରୁ ଆରମ୍ଭ କରି ଅନ୍ୟ କର୍ମକର୍ତ୍ତା ଙ୍କ ପର୍ଯ୍ୟନ୍ତ ସମସ୍ତେ ଏହାକୁ ନିରପେକ୍ଷ କହି ବୟାନ ଦେଉଛନ୍ତି ! ହେଲେ ଏହା ଅପ୍ରିୟ ସତ ଯେ , ପ୍ରତିଷ୍ଠା ବର୍ଷ ଠାରୁ ଆରମ୍ଭ କରି ଚଳିତ ବର୍ଷ ଯାଏଁ ମହୋତ୍ସବରେ ସିଂହଭାଗ ସମ୍ପୃକ୍ତି ରାଜନୈତିକ ଅଟେ ! ଯେମିତି ଯଦି ଆମେ କହୁ , ଚଳିତ ବର୍ଷ ମଞ୍ଚରେ ଥିବା ପ୍ରାୟତ ନେତାଙ୍କର ପାଷ୍ଟ ଟେନ୍ସ ବିଜେଡି ଶଙ୍ଖ ଚିହ୍ନ ଏବଂ ନବୀନ ବାବୁଙ୍କ ସହ ଯୋଡି ହୋଇ ରହିଛି ! ସଂଗେ ସଂଗେ ଆୟୋଜକ କହିବେ ଆପଣ ମହୋତ୍ସବକୁ ନେଇ ରାଜନୀତି କରନ୍ତୁ ନାହିଁ ! ତେବେ ଏହା ସତ ଆଉ ସ୍ପଷ୍ଟ ମହୋତ୍ସବ ମଞ୍ଚକୁ ଆସୁଥିବା ନବେ ଭାଗ ଅତିଥି ରାଜନୈତିକ ବ୍ୟକ୍ତି ! ତେବେ ଆମେ କେମିତି ମହୋତ୍ସବକୁ ନିରପେକ୍ଷ କହି ନିରପେକ୍ଷ ଖବର କରିବୁ ! ଚଳିତ ବର୍ଷ ମହୋତ୍ସବର ଉଦଘାଟକ ପ୍ରସନ୍ନ ପାଟଶାଣୀ ବିଜେଡି ରୁ ହିଁ ସାଂସଦ ଥିଲେ , ପ୍ରଥମ ସଂଧ୍ୟାର ମୁଖ୍ୟ ଅତିଥି ଦେବାଶିଷ ସାମନ୍ତରାୟ ଏବେ ସିନା ବିଜେପି ରେ ହେଲେ ତାଙ୍କ ରାଜନୈତିକ ପରିଚୟ ହେଉଛି ବିଜେଡି ! ଉଦଘାଟନୀ ଉତ୍ସବରେ ମୁଖ୍ୟ ବକ୍ତା ଥିଲେ କଟକ ସାଂସଦ ଭର୍ତ୍ତୃହରି ମହତାବ , ସିଏ ତ ନଗଦ ବିଜେପି ! ଅବଶ୍ୟ ସେ ମହାଶୟ କାର୍ଯ୍ୟକ୍ରମରେ ଅନୁପସ୍ଥିତ ଥିଲେ ! ତେବେ ତାଙ୍କ ରାଜନୈତିକ ଜୀବନର ଦୁଇ ଦଶନ୍ଧିରୁ ଅଧିକ ସମୟ ବିଜେଡି ଓ ଶଙ୍ଖ ଚିହ୍ନରେ କଟିଛି ! ମହୋତ୍ସବ କମିଟିର ସଭାପତି ତଥା ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ବିଜେଡି ଟିକେଟରେ ଶଙ୍ଖ ଚିହ୍ନରେ ଲଢ଼ି ବିଧାୟକ , ମହୋତ୍ସବର ପ୍ରତିଷ୍ଠାତା ସଭାପତି ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ବିଜେଡି ରୁ ତିନି ଥର ବିଧାୟକ ! ଏପରିକି ପ୍ରଥମ ଥର ମଧ୍ୟ ଜନତାଦଳ ଚକ ଚିହ୍ନରେ ଲଢ଼ିଥିଲେ ! ତାଙ୍କ ରାଜନୈତିକ ପରିଚୟ ବିଜୁ ବାବୁ ଙ୍କ ଠାରୁ ଆରମ୍ଭ ଆଉ ନବୀନ ବାବୁଙ୍କ ପାଖରେ ଶେଷ ! ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ସୌମ୍ୟ ରଞ୍ଜନ ପଟ୍ଟନାୟକ ବିଜେଡି ରୁ ରାଜ୍ୟସଭା ସାଂସଦ ଆଉ ପରେ ବିଜେଡି ଶଙ୍ଖ ଚିହ୍ନରେ ବିଧାୟକ , ଆଉ ଜଣେ ଅତିଥି ଥିଲେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ ! ଶେଷ ସନ୍ଧ୍ୟାରେ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ନିଜର ରାଜନୈତିକ ଜୀବନ ଆରମ୍ଭ ଠାରୁ ଶେଷ ଉପଲବ୍ଧି ଯାଏଁ ନିଜେ କହିଥିଲେ ! ସିଏ ମଧ୍ୟ ଦୁଇ ଥର ବିଜେଡି ରୁ ବିଧାୟକ ! ଆଉ ଏସବୁ ତଥ୍ୟ ଥାଇ ଯଦି ଆମେ କହୁ ଚଳିତ ବର୍ଷ ବାଙ୍କୀ ମହୋତ୍ସବ ମଞ୍ଚରେ ଥିବା ବହୁ ନେତାଙ୍କର ପାଷ୍ଟ ଟେନ୍ସ ବିଜେଡି ଆଉ ନବୀନ ବାବୁ , ତେବେ ଆୟୋଜକ କହିବେ ନୋ ପଲିଟିକ୍ସ ପ୍ଲିଜ ! ହଁ ଏହା ସତ ସବୁଜ ରଙ୍ଗ ଏବେ ଗେରୁଆ ହୋଇଛି , ହେଲେ ଯାହା ଅତୀତ , ତାହା ସତ – ଆଉ ତାହା ଅପରିବର୍ତ୍ତିତ !
ବାଙ୍କୀ ମହୋତ୍ସବ ମଞ୍ଚର ପ୍ରାୟତଃ ଅତିଥି ଙ୍କର ପାଷ୍ଟ ଟେନ୍ସ ବିଜେଡି ଆଉ ନବୀନ ବାବୁ !!!

