ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ସନ୍ତୋଷ କୁମାର ମହାପାତ୍ର : ଭିଜିଲାନ୍ସ ପଞ୍ଝା ରେ ଗଣ୍ଡାନାଳି ରାଜସ୍ବ ନିରୀକ୍ଷକ ଓ ପିଅନ l ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ତହସିଲ ଅଧିନରେ ଥିବା ଗଣ୍ଡାନାଳି ରାଜସ୍ବ ନିରୀକ୍ଷକ ଶଶୀଭୂଷଣ ବେହେରା ନୂଆବଗ ଗ୍ରାମର ଅଷ୍ଟମି ସାହୁଙ୍କ ର ୪ ଟି ପ୍ଲଟ ର ମ୍ୟୁଟେସନ୍ କରିବା ପାଇଁ ୬୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ! ତେଣୁ ଅଷ୍ଟମି ସାହୁ ଏହି ବିଷୟରେ ଢେଙ୍କାନାଳ ଭିଜିଲାନ୍ସ ରେ ଅଭିଯୋଗ କରିଥିଲେ l ଅଭିଯୋଗ ପାଇବା ପରେ ଭିଜିଲାନ୍ସ ର ଏକ ଟିମ୍ ଯୋଜନାବଦ୍ଧ ଭାବେ ଛକି ରହିଥିଲେ ଓ ପିଅନ ବିଷ୍ଣୁ ବଲ୍ଲଭ ଖଟୁଆ ଙ୍କ ମାଧ୍ୟମରେ ରାଜସ୍ବ ନିରୀକ୍ଷକ ଶଶୀଭୂଷଣ ବେହେରା ୬୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ମାଡି ବସିଥିଲେ ଓ ତାଙ୍କଠାରୁ ରାସାୟନିକ ପ୍ରଲେପ ବୋଳା ୬୦ ହଜାର ଟଙ୍କା ଜବତ କରିଥିଲେ ! ଆରଆଇ ଶଶୀଭୂଷଣ ବେହେରା ଓ ପିଅନ ବିଷ୍ଣୁ ବଲ୍ଲଭ ଖଟୁଆ ଙ୍କୁ ଗିରଫ କରିଥିଲେ l ଭିଜିଲାନ୍ସ ର ଏକ ଟିମ୍ ତାଙ୍କର ପୈତୃକ ଘର ଓ ଢେଙ୍କାନାଳ ସତସଙ୍ଗ ବିହାର ଭଡା ଘର ଓ ହିନ୍ଦୋଳ ତହସିଲ କାର୍ଯ୍ୟାଳୟରେ ଛାନ ଭିନ କରିଥିବା ଜଣାଯାଇଛି ଓ କଟକ ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ଆଇନ ୨୦୧୮ ର ଧାରା ୭ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି ଏବଂ ଅଧିକ ତଦନ୍ତ ଚାଲିଛି l
ଭିଜିଲାନ୍ସ ପଞ୍ଝା ରେ ଗଣ୍ଡାନାଳି ରାଜସ୍ବ ନିରୀକ୍ଷକ ଓ ପିଅନ !!!

