ବନ୍ଧୁକ ମୁନରେ ଡକାୟତି : ସାଲେପୁର ପୋଲିସର ପାରିବା ପଣିଆକୁ ଡକାୟତଙ୍କ ଖୋଲା ଚାଲେଞ୍ଜ !!!

Spread the love

ସାଲେପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବନ୍ଧୁକ ମୁନରେ ଡକାୟତି ! ସମୟ ରାତି ୨.୩୦ମିନିଟ , ସିସିଟିଭି ରେ କଏଦ ହେଲା ଲୁଟ ର ଦୃଶ୍ୟ । ସାଲେପୁର ପୋଲିସର ପାରିବା ପଣିଆକୁ ଡକାୟତଙ୍କ ଖୋଲା ଚାଲେଞ୍ଜ। ଗତ କିଛିଦିନ ଧରି ସାଲେପୁର ପୋଲିସକୁ ଚାଲେଞ୍ଜ ଦେଇ ଲୁଟ, ଡକାୟତି, ରାହଜାନି, ଛିନାତାଇ ପୋଲିସର ନିଦ ହଜାଇ ଦେଇଛି । କିଛି ଦିନ ନିରବ ରହିବା ପରେ ପୁଣି ଲୁଟେରା ମାନେ ଖୋଲା ଚାଲେଞ୍ଜ ଦେଇଛନ୍ତି ପୋଲିସକୁ । ସେହି ପୁରୁଣା ଷ୍ଟାଇଲରେ ଛାତ ଉପର ବାଟେ ଘରେ ପଶି ଗୃହକର୍ତ୍ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟି ନେଇଛନ୍ତି ସୁନା ଗହଣା ଓ ନଗଦ ଟଙ୍କା। ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ନାନ୍ଦୋଳ ବଜାର ପେଟ୍ରୋଲ ପମ୍ପ ରୁ ତେନ୍ତାଳ ରାସ୍ତା କଡ଼ରେ ଘର କରି ରହୁଥିବା ଜୟନ୍ତୀ ସରକାରୀ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ମାନି ସିଂ ଙ୍କ ସିଡ଼ି ଘର ବାଟେ ଭିତରକୁ ପଶି ଗୃହକର୍ତ୍ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇବା ସହିତ ଏକ ଧାରୁଆ କଟୁରି ଦେଖାଇ ଭୟଭୀତ କରିଥିଲେ। ଗୋଟିଏ ସୁନା ମଙ୍ଗଳ ସୂତ୍ର, କାନଫୁଲ ୨ ହଳ, ସୁନା ଶଙ୍ଖା ୨ ହଳ ସବୁ ମିଶି ପ୍ରାୟ ୪୦ ଗ୍ରାମ୍‌ର ସୁନା ଗହଣା ସହିତ ୧୫ ହଜାର ହଜାର ନେଇ ପଳାଇ ଯାଇଥିଲେ। ଗଲାବେଳେ ପୁଲିସ୍‌କୁ ଚାଲେଞ୍ଜ ଦେଇ କହିଲେ , ଆମେ ପୁଣି କାଲି ଆସି ତୁମ କଥା ବୁଝିବୁ ! ସେହି ରାତିରେ କଟକ ସାଲେପୁର ମୁଖ୍ୟ ରାସ୍ତାରେ ଥିବା ଏକ ତେଲ ଟାଙ୍କିରୁ ୩ ଟି ବାଇକ୍ ରେ ୬ ମୁଖା ପିନ୍ଧି ୪ ଜଣ କର୍ମଚାରୀଙ୍କୁ ଧମକ ଦେବା ସହ ବନ୍ଧୁକ ଭୁଜାଲି ଦେଖାଇ ଭୟଭୀତ କରି ନଗଦ ୬୦ ହଜାର ଟଙ୍କା ଓ ୪ ଟି ମୋବାଇଲ ଲୁଟ୍ କରି ସମାନ ଢଙ୍ଗରେ ଧମକ ଦେଇ ଫେରାର ହୋଇ ଯାଇଥିଲେ ! ଆଜି ଉଭୟ ସ୍ଥାନରେ ପୁଲିସ ପହଞ୍ଚି ସାଇଣ୍ଟିଫିକ୍ ଟିମ୍ ସହ ତଦନ୍ତ ଚଳାଇଛି । ହେଲେ ପୋଲିସ କାହାରିକୁ ଧରିବାରେ ସଫଳ ହୋଇନଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *