ବାଣପୁର ମୁକ୍ତି ଦିବସ ସମାରୋହ ଉଦଯାପିତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ସହିଦ କୃତିବାସ ପାଟ୍ଟଶାଣୀଙ୍କ ଭବ୍ୟ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ସରକାରକୁ କରାଗଲା ଅନୁରୋଧ, l ବାଣପୁର – ଦୀର୍ଘ ତିନିଦିନ ଧରି ଚାଲିଥିବା ଗୌରବମୟ ବାଣପୁର ମୁକ୍ତି ଦିବସ ସମାରୋହ କବିତା ପାଠୋତ୍ସବ, ଆଲୋଚନାଚକ୍ରରେ ଉଦ୍‌ଯାପିତ ହୋଇଯାଇଛି। ଐତିହାସିକ ପଲଟଣ ପଡ଼ିଆର ଛାୟା ମଣ୍ଡପଠାରେ ଅପରାହ୍ନରେ ମୁକ୍ତି ଦିବସ ସ୍ମୃତିକମିଟିର ସଂପାଦକ ଶିକ୍ଷାବିତ୍ ବାଳମୁକୁନ୍ଦ ଦାସଙ୍କ ପରିଚାଳନାରେ ଆୟୋଜିତ ଏହି ସମାରୋହରେ ସ୍ଥାନୀୟ ଅଞ୍ଚଳର ଶିକ୍ଷାବିତ୍ ଅଧ୍ୟାପକ ସଂଗ୍ରାମ କେଶରୀ ସାହୁ, ଆଡ଼ଭୋକେଟ୍ ମୁରଲୀଧର ସାମନ୍ତ ସିଂହାର, ଡଃ ନୃସିହଚରଣ ପ୍ରଧାନ, ଅଧ୍ୟାପକ ଲକ୍ଷ୍ମୀ ପ୍ରସାଦ ମିଶ୍ର, ନାଟ୍ୟକାର ଭିକାରୀଚରଣ ପ୍ରଧାନ, ସଂଗଠକ ନନ୍ଦକିଶୋର ମିଶ୍ର ,ସମାଜସେବି ସଂଧ୍ୟାଦେବୀ ,ଅନନ୍ତଚରଣ ଖଟେଇ,କବୟିତ୍ରୀ ରୋଜାଲିନ୍ ମିଶ୍ର, ଅଧ୍ୟାପକ ସର୍ବେଶ୍ଵର ଷଡ଼ଙ୍ଗୀ, ଶିକ୍ଷାବିତ୍ ଲକ୍ଷ୍ମୀ ଚରଣ ପ୍ରଧାନ, ଶିଶିର କୁମାର ଦାସ,ବୈରାଗୀ ଚରଣ ବଳ, ମାଧବଚନ୍ଦ୍ର ବାରିକ୍ , ଜୟକୃଷ୍ଣ ଦାସ, ସୁରେଶ ଚନ୍ଦ୍ର ପରୀଡ଼ା,ପ୍ରଭାତ କୁମାର ବେହେରା, ସୁଶାନ୍ତ କୁମାର ଦାସ, ବ୍ରଜକିଶୋର ଜେନା, ରମେଶ କୁମାର ମହାପାତ୍ର, ମନୋରଞ୍ଜନ ଦାଶ,ନବକିଶୋର ପ୍ରଧାନ, ଉମାକାନ୍ତ ସାହୁ , ଗାୟକ କଳାକାର ଚ଼ିରଞ୍ଚି ପରୀଡ଼ା ପ୍ରମୁଖ ଯୋଗ ଦେଇ ସହିଦ କୃତ୍ତିବାସ ପାଟ୍ଟଶାଣୀଙ୍କ ବାଣପୁରର ସ୍ଵାଧୀନତା ପାଇଁ ତ୍ୟାଗ ବଳିଦାନ ପ୍ରତି ଅଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଐତିହାସିକ ପଲଟଣ ପଡ଼ିଆରେ ସହୀଦ ପାଟ୍ଟଶାଣୀଙ୍କ ଭବ୍ୟ ଅଶ୍ଵାରୋହୀ ଆପାଦମ ସ୍ତକ ପ୍ରତିମୂର୍ତ୍ତି ପ୍ରତିଷ୍ଠା ସହିତ ପାଇକ ଶ୍ରେଷ୍ଟ ଦଳବେହେରା ଦୀନବନ୍ଧୁ ସାମନ୍ତରାୟ ମହାରଥା ଙ୍କ ନେତୃତ୍ଵରେ ଆରମ୍ଭ ହୋଇଥିବା ବାଣପୁରର୧୮୧୭ ପ୍ରଥମ ପାଇକ ବିଦ୍ରୋହକୁ ଭାରତ ବର୍ଷର ପ୍ରଥମ ସ୍ଵାଧୀନତା ଆନ୍ଦୋଳନର ମାନ୍ୟତା ପ୍ରଦାନ ନିମନ୍ତେ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେଲେ ତାହା ହିଁ ହେବ ସହୀଦଙ୍କ ପ୍ରତିସମୁଚିତ ଶ୍ରଦ୍ଧାଞ୍ଜଳି ବୋଲି ମଞ୍ଚରେ ମତପ୍ରକାଶ ପାଇଥିଲା। ସଭାର ପ୍ରାରମ୍ଭରେ ପ୍ରଥମେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା I ଶେଷରେ ଚିଲିକା ସାହିତ୍ୟ ସମାଜର ସହ ସଂପାଦକ ରମେଶ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *