ଡିଭାଇଡର ରେ ପିଟି ହେଲା ବସ : ୭ ଗୁରୁତର , ୧୫ରୁ ଉର୍ଦ୍ଧ୍ବ ଆହତ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ୧୬ ନଂ ଜାତୀୟ ରାଜପଥ ରେ ଓଲଟିଲା ଘରୋଇ ଯାତ୍ରୀବାହୀ ବସ । ଭାରସାମ୍ଯ ହରାଇ ଡିଭାଇଡର ରେ ପିଟି ହୋଇ ରାସ୍ତାରେ ଓଲଟିଲା । ୭ଗୁରୁତର, ୧୫ରୁ ଉର୍ଦ୍ଧ୍ବ ଆହତ । ସୂଚନା ଅନୁସାରେ, ଶିଳ୍ପାଞ୍ଚଳ ଥାନା ୧୬ ନଂ ଜାତୀୟ ରାଜପଥ ପିତାପଲ୍ଲୀ ଛକ ଜୋର ଶଙ୍ଖ ନିକଟରେ ଏହି ଦୁର୍ଘଟଣା ଘଟିଛି । ଅପରାହ୍ନ ୨ ଟା ରେ ଏହି ଦୁର୍ଘଟଣା ଘଟିଥିଲା , ଶିଳ୍ପାଞ୍ଚଳ ପୋଲିସ, ଖୋର୍ଦ୍ଧା ଅଗ୍ନିଶମ କର୍ମଚାରୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ରେ ମେଡିକାଲ ରେ ଭର୍ତ୍ତି କରିଥିଲେ । ଭୁବନେଶ୍ବର ରୁ ଅପରାହ୍ନ ପ୍ରାୟ ଗୋଟାଏ ବେଳେ ନୀଳକଣ୍ଠ ନାମକ ବସ ଗଞ୍ଜାମ ଜିଲା ଆସ୍କା ଅଭିମୁଖେ ବାହାରିଥିଲା । ଡ୍ରାଇଭର ଭାରସାମ୍ଯ ହରାଇ ଗାଡି ଟିକୁ ଡିଭାଇଡର ରେ ଧକା କରିଥିଲେ ।

Leave a Reply

Your email address will not be published. Required fields are marked *