ଗୋବିଜ୍ଞାନ ପଦ୍ଧତିରେ ଉର୍ବର ଜମି ଚାଷ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ମହିପୁର ପଞ୍ଚାୟତର ନନ୍ଦିଘୋଷ ଗ୍ରାମରେ ଅବସ୍ଥିତ ସୁଦାମ କୁଟୀର ଗୋଶାଳା ପରିସରରେ ଗୋସେବା ସମିତି ଓ ସୁଦାମ କୁଟୀର ମିଳିତ ଉଦ୍ୟମରେ ସୁରଭି ସତସଙ୍ଗ ଓ ଗୋବିଜ୍ଞାନ କର୍ମଶାଳା ଅନୁଷ୍ଠିତ ହୋଇଛି । ସୂଚନା ଥାଉକି ବର୍ତ୍ତମାନ ଲୋକମାନଙ୍କ ମଧ୍ୟରେ ଗୋମାତା ପାଳନ ପ୍ରତି ଆଗ୍ରହ କମିବାରେ ଲାଗିଛି। ଗୋମାତା ଏକ ପଶୁ ନୁହେଁ ସେ ହେଉଛି ଆମର ମା। ସେ ଆମକୁ କ୍ଷୀର, ଦହି, ଘିଅ, ଗୋମୁତ୍ର, ଗୋବର ପ୍ରଦାନ କରି ଆମର ମାଟି ମାକୁ ରକ୍ଷା କରିବା ସହ ଆମର ଶରୀର ପାଇଁ କିପରି ଅମୂଲ୍ୟ ଜୀବନ ରକ୍ଷାକାରୀ ଔଷଧ ପ୍ରଦାନ କରେ ତାହା ସ୍ବାମୀ ସ୍ବରୁପାନନ୍ଦ ଗିରି ବିଶଦ ଭାବେ ବର୍ଣ୍ଣନା କରିଥିଲେ । ଗୋମାତା ଅମୂଲ୍ୟ ସମ୍ପଦ, ତାର ରକ୍ଷା କରିବା ଆମର ଧର୍ମ । ଗୋମାତାର ଗୋବରରୁ ପ୍ରସ୍ତୁତ ଦନୁମର୍ଶନ,ଦୀପ ପ୍ରସ୍ତୁତି ପ୍ରଶିକ୍ଷଣ ଦିଆଯାଇଥିଲା । ଗୋମୂତ୍ର ରୁ ପ୍ରସ୍ତୁତ ଫିନାଇଲ୍, ଗୋଅର୍କ ଓ ମୂଲ୍ୟବାନ ଔଷଧ ଯଥା ଭୟଙ୍କର କ୍ୟାନସର ରୁ ରକ୍ଷା କରିବା ‌ର ଉପାୟ ବତାଇଥିଲେ । ପ୍ରଶିକ୍ଷଣ ର ପ୍ରାରମ୍ଭରେ ସ୍ବାମୀ ଶ୍ରୀ କୃଷ୍ଣାନନ୍ଦ ଗିରି ମହାରାଜ କାର୍ଯକ୍ରମ କୁ ଉଦଘାଟନ କରି ସତସଙ୍ଗ କାର୍ଯକ୍ରମ ଆରମ୍ଭ କରିଥିଲେ । ସ୍ବାମୀ ନିର୍ମଳାନନ୍ଦ ଗିରି ବୈଠକ କୁ ପରିଚାଳନା କରିଥିଲେ । ଏହି କାର୍ଯକ୍ରମ ରେ ଗୋସେବା କମିଟିର ନୟାଗଡ ଜିଲ୍ଲା ସଭାପତି ବଂଶୀଧର ସାହୁ ଆୟୋଜନ କରିଥିଲେ । ଜିଲ୍ଲା ର ଗୋସେବା ସମିତି ସମ୍ପାଦକ ଗଣେଶ୍ବର ପରିଡ଼ା, ନୂଆଗାଁ ବ୍ଲକ ସଭାପତି ମାଧବ ପ୍ରଧାନ ପ୍ରଭୁତି କାର୍ଯ୍ୟକର୍ତ୍ତା, ବିଶ୍ବ ହିନ୍ଦୁ ପରିଷଦ ର ଜିଲ୍ଲା କାର୍ଯ୍ୟକର୍ତ୍ତା ଅରୂପ କୁମାର ପଟ୍ଟାୟକଙ୍କ ସହ ଏକ ଶହ ରୁ ଉଦ୍ଧ ଗୋଭକ୍ତ ଏବଂ କୃଷି ଉପରେ ନିର୍ଭର କରୁଥିବା ଚାଷୀ ଭାଇଭଉଣୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

Leave a Reply

Your email address will not be published. Required fields are marked *