ରୋଗ ଶଯ୍ୟାରେ ସନ୍ତୋଷ : ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ !!!

Spread the love

ପୁରୀ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ରୋଗ ଶଯ୍ୟାରେ ସନ୍ତୋଷ କୁମାର ମାନସିଂହ। ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଆର୍ଥିକ ସହାୟତା ପାଇଁ କଲେ ଆକୁଳ ନିବେଦନ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଗଡଖାରଦ ଗ୍ରାମପଞ୍ଚାୟତ ଘଣ୍ଟପୁର ଗ୍ରାମର ସନ୍ତୋଷ ମାନସିଂହଙ୍କ କ୍ଷେତ୍ରରେ । ସନ୍ତୋଷ ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିଲା ବେଳେ ତା ମୁଣ୍ଡ ଉପରେ ବାପା ବୋଉ ସ୍ତ୍ରୀ ଓ ଗୋଟିଏ ଛୁଆକୁ ମିଶାଇ ୪ ପ୍ରାଣୀ କୁଟୁମ୍ବ ନିର୍ଭର କରିଥାନ୍ତି । ସନ୍ତୋଷ ବିଦେଶରେ ଶ୍ରମିକ ଭାବରେ କାମ କରି ଯାହା ରୋଜଗାର କରନ୍ତି ସେଥିରେ ତାଙ୍କ ପରିବାର ଦୁଃଖ କଷ୍ଟରେ ଚଳିଥାଏ । ସନ୍ତୋଷ ଉପରେ ହଠାତ କଳାବାଦଲ ଘୋଟି ଆସିଛି , ତାର ଦେହ ଖରାପ ହେବାରୁ ସେ ଭୂବନେଶ୍ୱର ର ଏକ ଘରୋଇ ମେଡିକାଲରେ ଚିକିତ୍ସିତ । ଡାକ୍ତର ରିପୋର୍ଟ ଦେଖି କହିଛନ୍ତି ତାଙ୍କର ଦୁଇଟି କିଡନି ଖରାପ । ସନ୍ତୋଷର ଦେହ ସୁସ୍ଥ କରିବା ପାଇଁ ବାପା ବୋଉ ଓ ସ୍ତ୍ରୀ ଧାର କରଜ କରି ୧୫ ଦିନ ମଧ୍ୟରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ସାରିଲେଣି । ସନ୍ତୋଷ ଙ୍କ ପରିବାର ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ନାହାନ୍ତି କି ସରକାରଙ୍କ ଆୟୁସ୍କାନ ଯୋଜନାରେ ଅନ୍ତର୍ଭୁକ୍ତ ନ ଥିବାରୁ ସରକାରଙ୍କ ଠାରୁ ଚିକିତ୍ସା ନିମନ୍ତେ କୌଣସି ସୁବିଧା ପାଇ ପାରୁନାହାନ୍ତି । ପାଖରେ ଆଉ ଟଙ୍କା ନଥିବାରୁ ସନ୍ତୋଷ ର ଚିକିତ୍ସା ରେ ଅବହେଳା ଘଟୁଛି । ଗାଁ ଲୋକେ ମାଗିଯାଚି ସନ୍ତୋଷ ର ଚିକିତ୍ସା ପାଇଁ ସହାୟତା ଯୋଗାଇ ଦେଉଥିବା ବେଳେ ତାହା ସମୁଦ୍ର କୁ ଶଖେଂ । ସରକାର ସନ୍ତୋଷ ର ଅବସ୍ଥା ଦେଖି ଆର୍ଥିକ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଗ୍ରାମବାସୀମାନେ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *