ବଡମ୍ବା ( ଆୱାଜ ମିଡ଼ିଆ ) – ଗୋପାଳ ଚନ୍ଦ୍ର ବେହେରା : ଏକବର୍ଷ ପୂର୍ତ୍ତି ଅବସରରେ ବଡମ୍ବା ବିଧାୟକ ଦେଲେ ରିପୋର୍ଟ କାର୍ଡ଼ ! ପୂର୍ବ ସରକାରଙ୍କୁ କଲେ କଡା ସମାଲୋଚନା , ରାଜ୍ୟରେ ବିଜେପି ସରକାର କରିବାର ଏକ ବର୍ଷ ପୂର୍ତ୍ତି ହୋଇଛି ! ବଡ଼ମ୍ବା ନିର୍ବାଚନ ମଣ୍ଡଳୀରେ ସ୍ୱାଧୀନ ବିଧାୟକ ଭାବେ ବିଜୟ ଲାଭ କରିଥିବା ବିଜୟ କୁମାର ଦଳବେହେରା ଏକ ବର୍ଷ ପୂର୍ତ୍ତି ପାଳନ କରିଛନ୍ତି | ରତାପାଟ କଲ୍ୟାଣ ମଣ୍ଡପ ଠାରେ ନିଜର ଉପଲବ୍ଧି ଏବଂ ଅନୁଭୂତି ସମ୍ବଳିତ ଏକ ପୁସ୍ତିକା ସାର୍ବଜନୀନ କରିଥିଲେ ବଡ଼ମ୍ବା ବିଧାୟକ | ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ଏବଂ ୨୯ ବର୍ଷର ଜଣକ ଶାସନ ପରେ ଗରିବ ଲୋକ ପଲିଥିନ ତଳେ ରହିବା ଏବଂ ଶିକ୍ଷା ସ୍ୱାସ୍ଥ୍ୟ ଭଳି ମୌଳିକ ସୁବିଧାରୁ ବଞ୍ଚିତ ରହିବା ନୈରାଶ୍ୟ ଜନକ ବୋଲି କହିଥିଲେ ବିଧାୟକ ଶ୍ରୀ ଦଳବେହେରା | ଏହା ସହ ରାଜ୍ୟରେ ବିଜେପି ସରକାର ଗଠନ କରିବାର ଏକ ବର୍ଷ ମଧ୍ୟରେ ଅଞ୍ଚଳର ସାମଗ୍ରିକ ବିକାଶ କ୍ଷେତ୍ରରେ କଣ କଣ ପଦକ୍ଷେପ ଗ୍ରହଣ କରା ଯାଇଛି ସେ ସଂକ୍ରାନ୍ତରେ ମଧ୍ୟ ତଥ୍ୟ ଉପସ୍ଥାପନା କରିଥିଲେ | ବିଧାୟକ ଶ୍ରୀ ଦଳବେହେରାଙ୍କ ସମେତ ପଞ୍ଚାୟତ ସମିତି ଅଧ୍ୟକ୍ଷ ରଘୁପତି ମହାନ୍ତି, ବିଜେପି ନେତା ବିଭୁଦତ୍ତ ପଟ୍ଟନାୟକ, ମଣ୍ଡଳ ସଭାପତି ସନ୍ଧ୍ୟାରାଣୀ ହୋତା, ସରୋଜ କୁମାର ଗୋଛି, ଆଇନଜୀବୀ ସନ୍ତୋଷ କୁମାର ବେହେରା, ସରୋଜ କୁମାର ବେଉରା, ବରିଷ୍ଠ ବିଜେପି ନେତା ଚିନ୍ତାମଣି ସାମଲ, ସୂର୍ଯ୍ୟମଣି ଜେନାଙ୍କ ସମେତ ଉଭୟ ବଡ଼ମ୍ବା ନରସିଂହପୁର ବ୍ଲକର ବିଜେପି ସମର୍ଥିତ ନିର୍ବାଚିତ ଜନ ପ୍ରତିନିଧି ଏବଂ ନେତୃବର୍ଗ ଉପସ୍ଥିତ ରହିଥିଲେ |
ଏକବର୍ଷ ପୂର୍ତ୍ତି ଅବସରରେ ବଡମ୍ବା ବିଧାୟକ ଦେଲେ ରିପୋର୍ଟ କାର୍ଡ଼ !!!

