ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ପକ୍ଷରୁ ଏକ ରକ୍ତଦାନ ଶିବିର କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ରକ୍ତ ଭଣ୍ଡାର ସହାୟତାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମହାବିଦ୍ୟାଳୟ ର ରେଡ଼କ୍ରସ ଶାଖା ଓ ତୁମ ସାଥି ସାମାଜିକ ସଂଗଠନ ସହାୟତା କରିଥିଲେ l ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଲଷ୍ମୀଧର ସୁବୁଦ୍ଧି ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ପରେ ରକ୍ତଦାତା ମାନେ ରକ୍ତଦାନ କରିଥିଲେ l ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର କୈଳାସ ଚନ୍ଦ୍ର ମହାରଣା, ଅଧ୍ୟାପିକା ରୀନା ରାଉତ ଓ ଅଧ୍ୟାପିକା ମନସ୍ବିନୀ ପଟ୍ଟନାୟକ l ବାଲୁଗାଁ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର ସ୍ବେଛାସେବୀ ଓ ଅନ୍ୟ ଛାତ୍ର ଛାତ୍ରୀ ଓ କର୍ମଚାରୀଙ୍କ ସମେତ ଚାଳିଶ ଜଣ ଛାତ୍ର ଛାତ୍ରୀ ରକ୍ତଦାନ କରିଥିଲେ l କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପିକା ରୀନା ରାଉତ, ସୁନୀଲ କୁମାର ସୁଆର, ଅଧ୍ୟାପକ ସୁରେନ୍ଦ୍ର କୁମାର ସ୍ୱାଇଁ, ସ୍ବେଛାସେବୀ ଲିତା ରାଣୀ ବେହେରା, ଲିଜା ବରାଳ, ଶାଶ୍ଵତୀ ମିଶ୍ର, ଲିଜା ବେହେରା, ଯସ୍ମିନ ବେଗମ, ନୀଳକଣ୍ଠ ଦାସ, ରାକେଶ ବେହେରା, ଅମରେଶ ପାତ୍ର, ଅମର ସେଠି ପ୍ରମୁଖ ରକ୍ତଦାନ କରି ଅନ୍ୟ ଛାତ୍ର ଛାତ୍ରୀମାନଙ୍କୁ ଅନୁପ୍ରାଣିତ କରିଥିଲେ l କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ଦେବାଶିଷ ଘଡ଼ାଇ, ସ୍ବେଛାସେବୀ ପ୍ରଜ୍ଞାସ୍ମିତା ସାହୁ, ସରସ୍ବତୀ ଘଟୁଆଳି, ସନ୍ଧ୍ୟାରାଣୀ ପାଇକରାୟ, ତୁଳସୀ ସ୍ୱାଇଁ, ଝରଣା ବେହେରା ରବିନା ଦାସ ଓ ସିମ୍ରନ ନାୟକ l


