ତାଳବସ୍ତ ଗ୍ରାମ୍ୟ ରାସ୍ତାରେ ମହିଳା ମାନେ ଗଛ ଲଗାଇଲେ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ତାଳବସ୍ତ ଗ୍ରାମର ଅଗ୍ରଣୀ ମହିଳା ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓମ୍ ସାଇ ରାମ ମହିଳା ସଙ୍ଘ ତତଫରୁ ଵନ ମହୋତ୍ସବ ସପ୍ତାହ ପାଳନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇଯାଇଛି | ତାଳବସ୍ତ, ପଦନପୁର, ସାମନ୍ତରାପୁର ଗ୍ରାମ୍ୟ ରାସ୍ତା କଡ଼ରେ ଜାମୁ, କଇଁଥ, ଅଁଳା, ପିଜୁଳି, ଆମ୍ବ , କଇଁଆ ଗଛ ଆଦି ଲଗା ଯାଇଥିଲା | ଅନୁଷ୍ଠାନର ସଭାପତି ବିନ୍ଦୁଲତା ପରିଡ଼ା ପ୍ରଥମେ ଗଛ ଟିଏ ଲଗାଇ କାର୍ଯକ୍ରମକୁ ଶୁଭାରମ୍ଭ କରିଥିଲେ । ସମ୍ପାଦକ ସ୍ଵର୍ଣଲତା ମନ୍ତିଙ୍କ ସଂଯୋଜନାରେ ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ତାଳବସ୍ତ ଗ୍ରାମର ସରପଞ୍ଚ ପ୍ରତିନିଧି ଆଲୋକ କୁମାର ସାହୁ ଏବଂ ସମାଜସେବୀ ପବିତ୍ର ମୋହନ ଦାସ ଯୋଗଦେଇ ମହିଳା ମାନଙ୍କ ଜନ କଲ୍ୟାଣମୂଳକ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ସଭ୍ୟ ସରୋଜିନୀ ମହାନ୍ତି, କର୍ପୁର ମହାନ୍ତି, ବିନୋଦିନୀ ପରିଡ଼ା , କାମିନୀ ପ୍ରଧାନ ପ୍ରମୁଖ ବୃକ୍ଷରୋପଣ, ପରିବେଶ ସଚେତନ ସଭା ଓ ପ୍ରାଚୀର ପତ୍ର ବାଣ୍ଟିବାରେ ସହଯୋଗ କରିଥିଲେ !

Leave a Reply

Your email address will not be published. Required fields are marked *