ବାଣପୁର ସଂଗ୍ରାମ ପରିଷଦର ଗୁରୁ ସମ୍ବର୍ଦ୍ଧନା ସମାରୋହ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ସଂଗ୍ରାମ ପରିଷଦର ଗୁରୁ ସମ୍ବର୍ଦ୍ଧନା ସମାରୋହ ! ପ୍ରାଚୀନ ଗୁରୁ ପରମ୍ପରାକୁ ସମ୍ମାନ ଜଣାଇ ଆଷାଢ଼ପୂର୍ଣ୍ଣିମାକୁ ଗୁରୁପୂର୍ଣ୍ଣିମା ଭାବରେ ଭାରତ ବର୍ଷର ସର୍ବତ୍ର ପାଳନକରାଯାଉଥିବାବେଳେ ବାଣପୁରର ବିଧାରପୁର ଶୁଭ ମଂଗଳକଲ୍ୟାଣ ମଣ୍ଡପଠାରେ ବାଣପୁର ସଂଗ୍ରାମ ପରିଷଦ ତରଫରୁ ପବିତ୍ର ଗୁରୁ ସମ୍ବର୍ଦ୍ଧନା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଇଁ.ଶେଷଦେବ ବରାଳଙ୍କ ପରିଚାଳନା ଏବଂଶିକ୍ଷାବିତ୍ ଗୋଲକ ବିହାରୀ ପରୀଡ଼ାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ କବି ଡକ୍ଟର ପ୍ରସନ୍ନ କୁମାର ପାଟ୍ଟଣାଣୀ ,ସମ୍ମାନୀତ ଅତିଥି ଭାବରେ ପ୍ରଫେସର୍ ନଳିନୀ କାନ୍ତ ପଟ୍ଟନାୟକଓ ମାନବେନ୍ଦ୍ର ମହାରଥା ଦଳବେହେରା ଏବଂ ମୁଖ୍ୟ ବକ୍ତା, ଭାବରେ ଓଡ଼ିଶାର ସୁନାମଧନ୍ୟ ଗାଳ୍ପିକ ବୈଷ୍ଣବ ଚରଣ ମହାନ୍ତି ଯୋଗ ଦେଇ ପରିଷଦର ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିବା ସହିତ ବାଣପୁର ରାଜସ୍ଵ ଉପଖଣ୍ଡ ମାନ୍ୟତା ପାଇଁ ପରିଷଦ ଚଳାଇଥିବା ଅହରହସଂଗ୍ରାମକୁ ଭୂୟସୀ ପ୍ରଶଂସା କରିବା ସହିତ ଆଗାମୀ ଦିନ ରେ ଏଥି ନିମନ୍ତେ ସମସ୍ତ ପ୍ରକାର ସହଯୋଗ କରିବାକୁ ଘୋଷଣା କରିବା ସହିତ ସରକାର ବାଣପୁର ବାସୀଙ୍କ ନାର୍ଯ୍ୟ ଦାବୀ ତୁରନ୍ତ ପୂରଣ କରିବାକୁ ମଞ୍ଚ ଉପରୁ ଅନୁରୋଧ କରିଥିଲେ।ଏହି ଅବସରରେ ସ୍ଥାନୀୟ ଅଞ୍ଚଳର ବିଶିଷ୍ଟ ଶିକ୍ଷକ, ଅଧ୍ୟାପକ, ଏବଂ ଶିକ୍ଷାଦାନ ଓ ଶିକ୍ଷାନୁଷ୍ଠାନ ଗଠନରେ ବିଶେଷ ଭୂମିକା ଥିବା ୨୦ ଜଣ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ତନ ମଧ୍ୟରୁ ବରିଷ୍ଠ ଶିକ୍ଷକ ବ୍ରଜକିଶୋରହୋତା, ତ୍ରିଲୋଚନ ଭୋଳ, ରାଜେନ୍ଦ୍ରପ୍ରସାଦ ରଥ, ବାଳମୁକୁନ୍ଦ ଦାସ , ଭିକାରୀଚରଣ ପ୍ରଧାନ, ଶକ୍ତି ପ୍ରସାଦ ମହାନ୍ତି, ସଂଜୟ କୁମାର ଦାସ, ବୈକୁଣ୍ଠନାଥ ନରେନ୍ଦ୍ର,ସତ୍ୟନାରାୟଣ ପ୍ରଧାନ, ଅଧ୍ୟାପକ ରମାକାନ୍ତ ନନ୍ଦ,ସଂଗ୍ରାମ କେଶରୀ ସାହୁ, ଦିଗାମ୍ବର ମହାପାତ୍ର, ବାସୁଦେବ ପ୍ରଧାନ, ସତ୍ୟନାରାୟଣ ଷଡ଼ଙ୍ଗୀ, କୃଷ୍ଣଚନ୍ଦ୍ର ନାହାକ, ଡ଼. ଚିନ୍ତାମଣି ମିଶ୍ର, ଓ ବିଷ୍ଣୁପ୍ରିୟା ବାରିକଙ୍କୁ ସେମାନଙ୍କ ସାମଗ୍ରିକ ସାଧନା ପାଇଁ ସେମାନଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ମା ଭଗବତୀ କଳା ବିକାଶ କେନ୍ଦ୍ରର ଛାତ୍ରୀମାନେ ଗୁରୁ ବନ୍ଦନା ଗାନ କରିଥିବା ବେଳେ ସୁଶ୍ରୀସ୍ମୃତି ପଟ୍ଟନାୟକ , ସସ୍ମିତା ପାଣି ଗ୍ରାହୀ ଏହାକୁ ସଂଯୋଜନା କରିଥିବା ବେଳେ, ପରିଷଦର ସଭ୍ୟବ୍ରଜକିଶୋର ଜେନା, ନି6ଲ ସ ବରାଳ, ସୁନୀଲବରାଳ,ରାକେଶ ଜେନା,।ଅଶୋକ ପାତ୍ର,ସୁଶାନ୍ତ ଦାସ, ଅମ୍ବିକାପ୍ରସାଦ ନାୟକ ବର୍ମା, ଶ୍ରୀକରଣ ଜାନକୀ ସହଯୋଗ କରିଥିବାବେଳେ ନିରଞ୍ଜନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *