ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡା ବ୍ଲକ ଅନ୍ତର୍ଗତ ତାଳବସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ୭୬ ତମ ବନ ମହୋତ୍ସବ ଓ ଜନ ଆରୋଗ୍ୟ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି | ଏହି ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଉଭୟ ଦୁଲଣାପୁର ଏବଂ ତାଳବସ୍ତ ଗ୍ରାମ ପଂଚାୟତର ସମସ୍ତ ଜନ ପ୍ରତନିଧି , ମେଡିକାଲ କର୍ମଚାରୀ ଉପସ୍ଥିତ ରହିଥିଲେ | ସମ୍ମାନିତ ଅତିଥି ଭାବେ ୩୮ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ଆଶିଷ କୁମାର ସାହୁ, ଡମପଡା ମେଡିକାଲ ଇନିଚାର୍ଜ ଅଫିସର ପୁଷ୍ପଲତା ମହାପାତ୍ର, ତାଳବସ୍ତ ଆୟୁଷ ଡାକ୍ତର ସୁମିତ୍ରା ସାହୁ, ଜନ ଆରୋଗ୍ୟ ସମିତିର କମିଟି ସଭ୍ୟ ତଥା ତାଳବସ୍ତ ସେବା ସମବାୟ ସମିତି ସଭାପତି ଅକ୍ଷୟ କୁମାର ବେହେରା ପ୍ରମୁଖ ଯୋଗ ଦେଇ ମେଡିକାଲ ପରିସରରେ ବିଭିନ୍ନ ପ୍ରକାର ଔଷଧୀୟ ଗଛ ଲଗାଇଥିଲେ | ଆରୋଗ୍ୟ ସମିତିର ବୈଠକରେ କିପରି ସ୍ୱାସ୍ଥ୍ୟସେବା ତ୍ୱରିତ କରି ହେଵ, ତା ଉପରେ ସମସ୍ତ ଅତିଥି ଏବଂ ଉପସ୍ଥିତ ସଭ୍ୟମାନେ ଆଲୋକପାତ କରିଥିଲେ | ଡାକ୍ତରଖାନରେ ବାର୍ଷିକ ଆୟବ୍ୟୟ ହିସାବ ସଭାରେ ସ୍ଥାନିତ ହୋଇଥିଲା |
ତାଳବସ୍ତ ଜନ ଆରୋଗ୍ୟ ସମିତିର ବୈଠକ ଏବଂ ବନ ମହୋତ୍ସବ ପାଳିତ !!!

