ଜିଲ୍ଲାସ୍ତରୀୟ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଓଡ଼ିଶା ସାହିତ୍ୟ ଏକାଡେ଼ମୀ ସ୍ଵନକ୍ଷେତ୍ର ଦିବସ 2025 ଉପଲକ୍ଷେ ଜିଲ୍ଲାସ୍ତରୀୟ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ମହେନ୍ଦ୍ରଗିରି ପୌରପରିଷଦ ସରକାରୀ ଉଚ୍ଚ ବିଦ୍ୟାଳୟ ପାରଳାଖେମୁଣ୍ଡି ଠାରେ ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ବିଭିନ୍ନ ପ୍ରତିଯୋଗିତା ତଥା ପ୍ରବନ୍ଧ,ବକୃତା, କବିତା ଆବୃତ୍ତି ଓ ସାହିତ୍ୟ ସମ୍ପର୍କିତ ସାଧାରଣ ଜ୍ଞାନ ଇତ୍ୟାଦି ଅନୁଷ୍ଠିତ ହୋଇଯାଇଅଛି। ଏହି ଅବସରରେ ଜିଲ୍ଲାର ସମସ୍ତ ବ୍ଲକର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତାର ଅନୁଷ୍ଠିତ ହୋଇଥିଲା ।ଉକ୍ତ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା କନିଷ୍ଠ ଓ ବରିଷ୍ଠ ବର୍ଗର ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ। ପ୍ରତ୍ୟେକ ବିଭାଗରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ସେହିପରି ଆଜିର ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନେ ରାଜ୍ୟ ସ୍ତରୀୟ ପ୍ରତିଯୋଗୀତାରେ କନିଷ୍ଠ ବର୍ଗ ଆସନ୍ତା ୧୩ ଜୁଲାଇ ଓ ବରିଷ୍ଠ ବର୍ଗ ଆସନ୍ତା ୨୦ ଜୁଲାଇ ଅଂଶ ଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ବରିଷ୍ଠ ନାଗରିକ ତଥା – ସେବା ନିବୃତ୍ତ ସରକାରୀ ପ୍ରଶାସକ,ଶ୍ରୀ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ, ସୁଶ୍ରୀ ଶ୍ୱେତା ପଟ୍ଟନାୟକ, ଅଧ୍ୟାପିକା ,ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂ ଶାସିତ ମହାବିଦ୍ୟାଳୟ, ଶ୍ରୀ ବିଚିତ୍ରାନନ୍ଧ ବେବର୍ତ୍ତା,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ, ଡ଼. କଲ୍ୟାଣୀ ମିଶ୍ର, ଅଧ୍ୟାପିକା, ସ୍ନାତକ ମହିଳା ମହାବିଦ୍ୟାଳୟ ପାରଳାଖେମୁଣ୍ଡି, ଶ୍ରୀ ମନୋଜ ପଟ୍ଟନାୟକ, ଅଧ୍ୟକ୍ଷ, ବିନୋଦିନୀ କନିଷ୍ଠ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଡ଼.ଭାରତୀ ପାଣିଗ୍ରାହୀ, ଅଧ୍ୟାପିକା ,ସ୍ନାତକ ମହିଳା ମହାବିଦ୍ୟାଳୟ ପାରଳାଖେମୁଣ୍ଡି, ଡ଼. ଚାରୁପ୍ରଭା ନାୟକ, ପ୍ରୋଫେସର ଓଡ଼ିଆ ବିଭାଗ, ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ସ୍ଵୟଶାସିତ ମହାବିଦ୍ୟାଳୟ, ଶ୍ରୀ ଶ୍ୟାମ ସୁନ୍ଦର ଗନ୍ତାୟତ, ଶିକ୍ଷକ ଗୁମ୍ମା, ଶ୍ରୀ ପ୍ରମୋଦ ଚନ୍ଦ୍ର ପାଢ଼ୀ, ସେବା ନିବୃତ୍ତ ଶିକ୍ଷକ ଓ ଶଶି ଭୂଷଣ ପଟ୍ଟନାୟକ, ସେବା ନିବୃତ୍ତ ସରକାରୀ ଶିକ୍ଷକ ପ୍ରମୁଖ ବିଚାରକ ମଣ୍ଡଳୀ ପ୍ରତିଯୋଗିତାର କାର୍ଯ୍ୟ ସମ୍ପାଦନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ପ୍ରଧାନ ଶିକ୍ଷକ ଓ ବିଭାଗୀୟ କର୍ମଚାରୀ ମନୋଜ ଲିମ୍ମା ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *