ମୁଣ୍ଡଳୀ ବ୍ରିଜ ଉପରେ ଦୁର୍ଘଟଣା : ବାଇକ କୁ ଧକ୍କା ଦେଲା କାର !!!

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରଦୀପ ରାଜ : ମୁଣ୍ଡଳୀ ବ୍ରିଜ ପାଖ ରାସ୍ତା ସାରା ଖାଲ ଖମା , ପ୍ରତ୍ୟେହ ଘଟୁଛି ଦୁର୍ଘଟଣା ! ମୁଣ୍ଡଳୀ ବ୍ରିଜ ଉପରେ ଦୁର୍ଘଟଣା , ବାଇକ କୁ ଧକ୍କା ଦେଲା କାର ! ମୁଣ୍ଡଳୀ ବ୍ରିଜ ଉପର ରାସ୍ତାର ଅବସ୍ଥା ଅତି କଦର୍ଯ୍ୟ ହୋଇ ପଡ଼ିଥିଲେ ସୁଦ୍ଧା ଶୁଣୁ ନାହାନ୍ତି ବିଭାଗୀୟ ଅଧିକାରୀ ! ରାସ୍ତା ମରାମତି ପାଇଁ ସ୍ଥାନୀୟ ଲୋକେ ଦାବି କରି ନିରାଶ ହେଲେଣି ! ଅନେକ ଗଣମାଧ୍ୟମ ରେ ଖବର ମଧ୍ୟ ପ୍ରକାଶ ହେଲାଣି ! ତେବେବି ନିଦ ଭାଙ୍ଗୁନି ବିଭାଗର ! ରାସ୍ତାର କଦର୍ଯ୍ୟ ଅବସ୍ଥା ଯୋଗୁଁ ଭାରସାମ୍ୟ ହରାଇ ଦୁର୍ଘଟଣାର ଶୀକାର ହେଉଛି ଗାଡି ! ଆଜି ସକାଳୁ ବ୍ରିଜ ଉପରେ ଏକ କାର ଏବଂ ବାଇକ ମଧ୍ୟରେ ଦୁର୍ଘଟଣା ଘଟିଛି ! କାର ର ସମୁଖ ଭାଗ ସାମାନ୍ୟ ଭାଙ୍ଗିଥିବା ବେଳେ ବାଇକ ଟି ପୁରା ନଷ୍ଟ ହୋଇଯାଇଛି !

Leave a Reply

Your email address will not be published. Required fields are marked *