ପଣ୍ଡିତ ଗୋପୀନାଥ ନନ୍ଦଙ୍କ ଜୟନ୍ତୀ ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣି ସମାଜ ସଭାଗୃହରେ ଓଡ଼ିଶା ସାହିତ୍ୟ ଏକାଡେମୀ ଭୁବନେଶ୍ୱର ଓ ଉତ୍କଳ ହିତୈଷିଣି ସମାଜ ପକ୍ଷରୁ ପଣ୍ଡିତ ଗୋପୀନାଥ ନନ୍ଦଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି । ବିଶିଷ୍ଟ ଅତିଥି ଭାବେ ବିଚିତ୍ରାନନ୍ଦ ବେବର୍ତ୍ତା, ସଭାପତି ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ମୁଖ୍ୟବକ୍ତା ଡକ୍ଟର କଲ୍ୟାଣି ମିଶ୍ର, ସମ୍ମାନିତ ଅତିଥି ଭାବେ ଭାରତ ଭୂଷଣ ମହାନ୍ତି, ସଂସ୍କୃତି ଅଧିକାରିଣୀ ଅର୍ଚ୍ଚନା ମଙ୍ଗରାଜ, ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା ପ୍ରମୁଖ ମଞ୍ଚାସିନ ଥିଲେ । ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା । ଶ୍ରୀମତି ବରଦା ଆଚାର୍ଯ୍ୟ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅତିଥି ମାନେ ପଣ୍ଡିତ ଗୋପୀନାଥ ନନ୍ଦଙ୍କ ଜୀବନୀ ଉପରେ ନିଜର ବକ୍ତବ୍ୟ ରଖିଥିଲେ ।

Leave a Reply

Your email address will not be published. Required fields are marked *