ନୟାଗଡରେ ରୋହିଙ୍ଗୀଆ ଓ ବାଙ୍ଗଲାଦେଶୀ ଙ୍କ ସଂଖ୍ୟା ବୃଦ୍ଧି : କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ ଙ୍କୁ ଦାବୀପତ୍ର ପ୍ରଦାନ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ କୁମାର ପଟ୍ଟନାୟକ : ନୟାଗଡ଼ ରେ ଦିନକୁ ଦିନ ବଢୁଛି ରୋହିଙ୍ଗୀଆ ଓ ବାଙ୍ଗଲାଦେଶୀ ମାନଙ୍କ ସଂଖ୍ୟା ! ଏନେଇ ଚିନ୍ତା ବ୍ୟକ୍ତ କରି ନୟାଗଡ଼ ଜିଲ୍ଲାପାଳ ଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି ନୟାଗଡ ବିଜେପି କାର୍ଯ୍ୟକର୍ତ୍ତା ! ଉକ୍ତ ସମ୍ବେଦନଶୀଳ ବିଷୟ ଉପରେ ଜିଲ୍ଲାପାଳ ଙ୍କ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି l ସୂଚନା ଅନୁସାରେ ନୟାଗଡ଼ ଜିଲ୍ଲା ରେ ଥିବା ନୂଆଗାଁ ବ୍ଳକ ର ସୋରଡା ,ନୟାଗଡ଼ ବ୍ଳକ ଅନ୍ତର୍ଗତ ସିନ୍ଦୁରିଆ, ଇଟାମାଟି ଓଡ଼ଗାଁ ବ୍ଳକ ର ମାଛିପଡା ,ସୁନାମୁହି ଅଞ୍ଚଳରେ ରୋହିଙ୍ଗୀଆ ଓ ବାଙ୍ଗଲାଦେଶୀ ନିଜର ପରିଚୟ ଲୁଚାଇ ଓ ନକଲି ଆଧାର କାର୍ଡ ତିଆରି କରି ହଜାର ହଜାର ସଂଖ୍ୟାରେ ବ୍ୟାପି ଯାଇଛନ୍ତି l ବ୍ରାଉନସୁଗାର ,ବନ୍ଧୁକ ଚୋରାଚାଲାଣ , ଚୋରି, ଡକାୟତି ରେ ଏମାନେ ଙ୍କର ଭୂମିକା କୁ ଲକ୍ଷ୍ୟ କରି ଜିଲ୍ଲା ରେ ପ୍ରାଶାସନିକ ଓ ପୁଲିସ ସହାୟତା ରେ ଏମାନଙ୍କୁ ଚିହ୍ନଟ ପରିସର କରାଯିବା ପାଇଁ ଦାବୀ ହୋଇଛି ! ସନ୍ତୋଷ ପ୍ରଧାନ , ସ୍ନେହରଞ୍ଜନ ଦାସ ଜୟସିଂହ , ସଞ୍ଜୟ କୁମାର ନାୟକ ଏବଂ କେତେକ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜିଲ୍ଲାପାଳଙ୍କୁ ଭେଟିଥିଲେ !

 

 

Leave a Reply

Your email address will not be published. Required fields are marked *