ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଘଟଣାର ପୁନରାବୃତ୍ତି !!!

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରଦୀପ ରାଜ : ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଘଟଣାର ପୁନରାବୃତ୍ତି ! ପୁଣି ଏକ ଶିଶୁ ମୃତ୍ୟୁ ଘଟଣା , ଏପରି ବାରମ୍ବାର ହେଉଥିବା ବେଳେ ଏହାର ସ୍ଥାୟୀ ପ୍ରତିକାର ସ୍ୱରୂପ କିଛି ସମାଧାନ କରାଯାଇ ନାହିଁ l ଆମ ରାଜ୍ୟ ରେ ଶିଶୁ ଭଵନ ରେ କାର୍ଯ୍ୟରତ ଡାକ୍ତର ମାନେ ମନ ମୋଟିଆ ହୋଇ ଯାଇଛନ୍ତି l କେତେବେଳେ ଆସନ୍ତି ତ କେତେବେଳେ ଆସନ୍ତି ନାହିଁ l ଡିଉଟି ପାଇଁ ଅଫିସ କୁ ଆସିବା ପାଇଁ ତାଙ୍କ ମାନଙ୍କ ର ଇଚ୍ଛା ଅନୁସାରେ ହେଉଛି ! ଏବେ କଟକ ଶିଶୁ ଭଵନ ରେ ଯେଉଁ ଘଟଣା ଘଟିଛି ତାକୁ ନେଇ ସୃଷ୍ଟି ହୋଇଛି ଅପ୍ରୀତିକର ପରିସ୍ଥିତି ! 14 ବର୍ଷ ର ପିଲା ଡାକ୍ତର ମାନଙ୍କର ଅବହେଳା ଓ ଅଣଦେଖା ଯୋଗୁ ମୃତ୍ୟୁ ବରଣ କରିଥିବାର ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ! ପୁରୀଘାଟ ଥାନା ଅଞ୍ଚଳ ରେ ଘଟଣାଟି ଘଟିଥିବାରୁ , ସେଇ ଅଞ୍ଚଳରେ ରାସ୍ତା ଅବରୋଧ କରିଥିଲେ ଉତ୍ତ୍ୟକ୍ତ ପରିବାର ଲୋକେ ! ପ୍ରଶାସନିକ ଅଧିକାରି ମାନେ ପରିବାର ଲୋକଙ୍କୁ ବୁଝା ସୁଝା କରି ପରିସ୍ଥିକୁ ନିୟନ୍ତ୍ରଣ କରିଥିଲେ l

Leave a Reply

Your email address will not be published. Required fields are marked *