କନ୍ଧମାଳ ଜିଲ୍ଲାରେ ଖୋଲିବ କିମ୍ସ କୋଭିଡ ହସପିଟାଲ : ଜିଲ୍ଲା ପ୍ରଶାସନ ଓ କିମ୍ସ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଚୁକ୍ତି ସ୍ୱାକ୍ଷର !!

0
190

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ସାରା ବିଶ୍ୱ କରୋନା ମହାମାରୀ କବଳରେ ରହିଥିବାବେଳେ ଏହା ପୁଣିଥରେ ଆମ ଦେଶରେ ଘାତକ ହେବାରେ ଲାଗିଛି । କରୋନାର ଦ୍ୱିତୀୟ ଲହର ଆହୁରି ଅଧିକ ସଂକ୍ରାମକ ହୋଇଥିବାରୁ ପୂର୍ବାପେକ୍ଷା କଟକଣା ଅଧିକ ଶକ୍ତ କରାଯାଇଛି । ଦ୍ଵିତୀୟ ଲହରରେ ପୁଣି ସଂକ୍ରମିତଙ୍କ ସଂଖ୍ୟା କନ୍ଧମାଳ ଜିଲ୍ଲାରେ ବୃଦ୍ଧି ପାଉଥିବା ଫଳରେ ଗତ କିଛି ମାସ ହେଲା ବନ୍ଦ ଥିବା କୋଭିଡ଼ ହସ୍ପିଟାଲକୁ ପୁଣି ଥରେ ଆରମ୍ଭ କରାଯିବ । ଏନେଇ ଆଜି କନ୍ଧମାଳ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନ ସହ କିମ୍ସ କର୍ତ୍ତୁପକ୍ଷଙ୍କ ମଧ୍ୟରେ ଏକ ଚୁକ୍ତି ସ୍ଵାକ୍ଷର ହୋଇଛି ।

ଅତି ଶିଘ୍ର ଫୁଲବାଣୀ ସଦର ମହକୁମା ଡାକ୍ତରଖାନା ପରିସରରେ ପୂର୍ବ ପରି ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା, ଅଭିଜ୍ଞ ଡାକ୍ତର, ଷ୍ଟାଫନର୍ସ, ଓ ସ୍ବାସ୍ଥ୍ୟକର୍ମୀଙ୍କୁ ନେଇ ଏକ କୋଭିଡ ହସ୍ପିଟାଲ ଖୋଲିବ ବୋଲି ପ୍ରଶାସନ ସୂଚନା ଦେଇଛି । ଏନେଇ କନ୍ଧମାଳ ଜିଲ୍ଲାପାଳ ଡ଼.ବୃନ୍ଦାଡି ଓ କିମ୍ସ ମେଡିକାଲ ସୁପରିଟେଣ୍ଡେଣ୍ଟ ଅମ୍ବିକା ପ୍ରସାଦ ମହାନ୍ତିଙ୍କ ମଧ୍ୟରେ ରାଜିନାମା ସ୍ୱାକ୍ଷରିତ ହୋଇଛି । ଆଇସିୟୁ ବ୍ୟବସ୍ଥା ସହ ଭେଣ୍ଟିଲେଟର ବ୍ୟବସ୍ଥା ମଧ୍ୟ ପୁର୍ବ ପରି ରହିବ । ଜିଲ୍ଲାପାଳ, କିମ୍ସ ସୁପରିଟେଣ୍ଡ , ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ, ସିଡିଏମଓ ଡ଼ଃ.ରାଜଶ୍ରୀ ପଟ୍ଟନାୟକଙ୍କ ସମେତ ବହୁ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଓ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହି ପୁରୁଣା କୋଭିଡ ହସ୍ପିଟାଲ ପରିଦର୍ଶନ କରିଥିଲେ l

LEAVE A REPLY

Please enter your comment!
Please enter your name here