କଟକଣା ଦୃଷ୍ଟିରୁ ଉଠା ଦୋକାନୀକୁ ହାଟପଦା ବଜାରକୁ ସ୍ଥାନାନ୍ତର !!

0
222

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ହାଇସ୍କୁଲ ଛକ ଠାରୁ ନୂତନ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ଉଠା ଦୋକାନୀଙ୍କୁ ସ୍ଥାନାନ୍ତର କରାଯାଇଛି । ଏହି କାର୍ଯ୍ୟକ୍ରମରେ ପାରଳା ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ ଓ ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ଆଜି ସକାଳୁ ଲୋକଙ୍କୁ ମାଇକ ସାହାଯ୍ୟରେ ସଚେତନ କରାଇଥିଲେ ।

କରୋନାର ଦ୍ୱିତୀୟ ଲହରୀର ଭୟାଭୟତା ରହିଥିବା ହେତୁ ଲୋକଙ୍କୁ ସମାଜିକ ଦୂରତା ରହିବା ଆବଶ୍ୟକ, ସହରରେ ଉଠା ଦୋକାନୀ ଦ୍ୱାରା ଜନଗହଳି ରହୁଥିବାରୁ ଟ୍ରାଫିକ ସମସ୍ୟା ସାଙ୍ଗକୁ କରୋନା ସଂକ୍ରମଣ ହେବାର ଆଶଙ୍କା ରହିଅଛି . ଉଠା ଦୋକାନି କୁ ଉଠାଇ ଦିଆଯାଇ ସେମାନଙ୍କୁ ହାଟପଦା ନିକଟରେ ଥିବା ବଜାର ରେ ନିଜର ପନିପରିବା ସହ ଅନ୍ୟ ସାମଗ୍ରୀ ବିକ୍ରି ବଟା ସକାଶେ ପୌର ପରିଷଦ ସ୍ଥାନାନ୍ତରିତ କରିଛନ୍ତି ।

ଯାହା ଫଳରେ ଜନ ଗହଳି ନ ରହି କରୋନା ସଂକ୍ରମଣକୁ ପ୍ରତିହତ କରାଯାଇ ପାରିବ । ବିକ୍ରିବଟା ସମୟରେ ସମାଜିକ ଦୂରତା ରକ୍ଷା କରିବା, ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର କରିବା କୁ ସଚେତନ କରାଯାଇଥିଲା . କାର୍ଯ୍ୟକ୍ରମରେ ପୌର ପରିଷଦ କର୍ମଚାରୀ, ପୋଲିସ କର୍ମଚାରୀ ମାନେ ଅଂଶ ଗ୍ରହଣ କରିଥିଲେ । ପୌର ପରିଷଦ ର ଏହିଭଳି କାର୍ଯ୍ୟ କୁ ସହରବାସୀ ପ୍ରଶଂସା କରିଛନ୍ତି ।

LEAVE A REPLY

Please enter your comment!
Please enter your name here