ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ଲୁଟ ଘଟଣା ର ପର୍ଦ୍ଦାଫାସ !!

0
199

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଗତ ୧୫ ତାରିଖ ଦିନ ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ରାମେଶ୍ୱର ଛକ ନିକଟରେ ଚାଲୁରହିଥିବା ପାଇକରାୟ ପେଟ୍ରୋଲ ପମ୍ପର ୨ ଜଣ କର୍ମଚାରୀଙ୍କଠାରୁ ୬ ଜଣ ଲୁଟେରା ମାରଣାସ୍ତ୍ରରେ ସଜ୍ଜିତ ହୋଇ ୪ ଲକ୍ଷ ୫୦ ହଜାର ଟଙ୍କା ଲୁଟିକରି ନେଇ ଯାଇଥିଲେ । ଏ ନେଇ। ଜଙ୍କିଆ ପୋଲିସ ନିକଟରେ ଅଭିଯୋଗ ପରେ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କ ନିର୍ଦେଶରେ ଜଙ୍କିଆ ଓ ନିରାକାରପୁର ଥାନାର ପୋଲିସ ବିଭିନ୍ନ ଦଳରେ ବିଭକ୍ତ ହୋଇ ଘଟଣାର ଅନୁସନ୍ଧାନ ଜାରି ରହିଥିଲା । ଏ ନେଇ ପୋଲିସର ଅନୁସନ୍ଧାନ କରି ମଳିପଡା ନିକଟରେ ଏକ ପରିତ୍ୟକ୍ତ ଘରୁ ୩ ଜଣ ଅପରାଧୀଙ୍କୁ ଧରିବା ସହ ନଗଦ ଏକ ଲକ୍ଷ ଏକ ହଜାର ସାତ ଶହ ଟଙ୍କା, ଗୋଟିଏ ଦେଶୀ ବନ୍ଧୁକ ,ଦୁଇଟି ଗୁଳି, ଓ ଗୋଟିଏ ଖଣ୍ଡା ଜବତ କରିବା ସହ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକାରୀ ରାଜକିଶୋର ଦୋରା ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here