ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ରେ ବିଭିନ୍ନ ହୋଟେଲ ରେ ବହୁଳ ବ୍ୟବହାର ହଉଛି ଘରୋଇ ସିଲିଣ୍ଡର ! ନାମକୁ ମାତ୍ର ଚଡାଉ କରାଯାଉଛି । ଏପରିକି ସହରରେ ଫାଷ୍ଟଫୁଡ ଚାଟ, ଚା ଦୋକାନ ଟିଫିନ୍ ଦୋକାନ ରେ ଘରୋଇ ସିଲିଣ୍ଡର ବହୁଳ ବ୍ୟବହାର ହେଉଥିବା କାହାକୁ ଅଛପା ନାହିଁ ! କିନ୍ତୁ ବିଭାଗ ଚଢ଼ାଉ କରୁନାହାନ୍ତି , କିଛି ଅଘଟଣ ହେଲେ କିଏ ଦାୟୀ ରହିବ ! କମର୍ସିଆଲ ସିଲେଣ୍ଡର କାହିଁକି ବ୍ୟବହାର ହେଉନାହିଁ ! ନିୟମ ରହିଛି , ନିୟମ କୁ ମାନୁ ନାହାନ୍ତି କାହିଁକି , କିଏ ସେମାନଙ୍କୁ ସାହସ ଯୋଗାଉଛନ୍ତି ! ବିପଦ ହେଲେ ଦାୟୀ କିଏ । ଗ୍ୟାସ ଏଜେନ୍ସି ସିଧା ସେମାନଙ୍କୁ ସହଯୋଗ କରୁଥିବାର ଅଭିଯୋଗ ହଉଛି । ଯୋଗାଣ ବିଭାଗ ଗୋଦାମ ଚଡ।ଉ କରି ଓଜନ ସହ ଗ୍ୟାସ ର ତଥ୍ୟ ରଖିବା କଥା । ଘରକୁ ଦେଉଥିବା ସିଲଣ୍ଡର୍ ଅଧିକ ଟଙ୍କ। ନେଉଛନ୍ତି , ଦେବାକୁ ବାଧ୍ୟ କରୁଛନ୍ତି କହିଲେ ଘରକୁ ଦେବାକୁ ହେଲେ ଅଧିକ ଟଙ୍କ। ଦେବାକୁ ପଡ଼ିବ ! ପ୍ରତିବାଦ କରିଲେ ଶୁଣୁ ନାହାନ୍ତି , ସମସ୍ତେ ସହର ବସି ଜାଣିଛନ୍ତି ଜିଲ୍ଲା ପ୍ରଶସନ ଠାରେ , ବରିଷ୍ଟ ନାଗରିକ ଏ ବିସୟ ରେ ଅବଗତ କର।ଇଛନ୍ତୀ । ଘରକୁ ଦେଲା ବେଳେ ଓଜନ କରି ଚେକ୍ କରି ଦେଉ ନାହାନ୍ତି ।
ହୋଟେଲ ରେଷ୍ଟୁରାଣ୍ଟ ରେ ବହୁଳ ଭାବରେ ଘରୋଇ ସିଲିଣ୍ଡର ବ୍ୟବହାର : ବିଭାଗ ନାମକୁ ମାତ୍ର ଚଢ଼ାଉ !!!

