ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ବ୍ଲକ ସ୍ତରୀୟ ଉନ୍ନୟନ କାର୍ଯ୍ୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରା .ଉଦୟଗିରି ବ୍ଲକ ଓ ନୂଆଗଡ଼ ବ୍ଲକକୁ ନେଇ ସମୀକ୍ଷା ହୋଇଥିଲା । ଏ ପି ଡି ପୃଥ୍ୱୀରାଜ ମଣ୍ଡଳ, ଏ ପି ଡି ଏମ୍ ଆଇ ଏସ ଭେଙ୍କେଟେ ରାଓ ଆଚାରି, ପି ଏମ୍ ଆଇ ଟି ଏଣ୍ଡ ଏମ୍ ସି ଦେବୀ ପ୍ରସାଦ ଅଧିକାରୀ, ପି ଏମ୍ ଆର ଏଚ ପି.ରୋହିତ କୁମାର, ସହକାରୀ ନିର୍ବାହି ଯନ୍ତ୍ରୀ ନାରାୟଣ ପାଢ଼ୀ ପ୍ରମୁଖ ମଞ୍ଚାସିନ ଥିଲେ । ରୁରାଲ ହାଉସ, ଏନ ଆର ଜି ଏସ୍, ସ୍ୱଚ୍ଛ ଭାରତ ମିଶନ, ସି ଏଫ ସି ଏଣ୍ଡ ଏସ୍ ଏଫ ସି ଯୋଜନା ଉପରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଜି ପି ଡି ଓ, ପି ଇ ଓ , ଜି ଆର ଏ ଏସ୍, ଏ ଡି ପି ଇ, ଆକାଉଣ୍ଟାଣ୍ଟ, ବି ଆର ସି,ଏ ପି ଓ, ବି ପି ସି ପ୍ରମୁଖ ଉପସ୍ଥିତ ଥିଲେ ।
ବ୍ଲକ ସ୍ତରୀୟ ଉନ୍ନୟନ କାର୍ଯ୍ୟ ସମୀକ୍ଷା ବୈଠକ ଅନୁଷ୍ଠିତ !!!

