ଜଗନ୍ନାଥ ତତ୍ୱ ଓ ସନାତନ ଧର୍ମ ପ୍ରଚାର ଟ୍ରଷ୍ଟ ତରଫରୁ ଅନ୍ନ ଦାନ କାର୍ଯ୍ୟକ୍ରମ !!!

Spread the love

ପୁରୀ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଜଗନ୍ନାଥ ତତ୍ୱ ଓ ସନାତନ ଧର୍ମ ପ୍ରଚାର ଟ୍ରଷ୍ଟ ତରଫରୁ ଅନ୍ନ ଦାନ କାର୍ଯ୍ୟକ୍ରମ ! ଗତ ରଥଯାତ୍ରା ସମୟରେ “ଜଗନ୍ନାଥ ତତ୍ୱ ଓ ସନାତନ ଧର୍ମ ପ୍ରଚାର ଟ୍ରଷ୍ଟ, ଭୁବନେଶ୍ୱର ତରଫରୁ ରଥଯାତ୍ରା ଦିନଠାରୁ ସୁନାବେଶ ଦିନ ପର୍ଯ୍ଯନ୍ତ ଦୀର୍ଘ ୧୧ ଦିନ କାଳ ତୀର୍ଥ ଯାତ୍ରୀମାନକୁଂ ଅନ୍ନ ଦାନ କରାଯାଇ ଥିଲା । ଏହି ପୁଣ୍ଯ କାମରେ ଟ୍ରଷ୍ଟର ସଭ୍ଯ / ସଭ୍ଯା ତଥା ଅନ୍ଯାନ୍ଯ ଜଗନ୍ନାଥ ପ୍ରେମୀ ବଦାନ୍ଯ ବ୍ଯକ୍ତିମାନେ ସହାୟତା କରିଥିଲେ । ପ୍ରଶାସନିକ କତ୍ତୃପକ୍ଷଙ୍କ ଅନୁମତି କ୍ରମେ ସାଗର ତୀରେ ସର୍କିଟ ହାଉସ ସମ୍ମୁଖସ୍ଥ ପୁରୀ କ୍ଲବ ପ୍ରାଂଗଣରେ ଏହି ଅନ୍ନଦାନ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ଟ୍ରଷ୍ଟର ସଂପାଦକ ବିଘ୍ନେଶ୍ୱର ବେହେରା ଏହି ଅନ୍ନଦାନ କାର୍ଯ୍ଯକ୍ରମ ପରିଚାଳନା କରିଥିବା ସମୟରେ ଅଧ୍ଯକ୍ଷ ଯଜ୍ଞାଶିଷ ମହାପାତ୍ର, ମ୍ଯାନେଜିଂ ଟ୍ରଷ୍ଟି ଗଂଗାଧର ମିଶ୍ର ଓ ସୁମିତ୍ରା ମିଶ୍ର, ଟ୍ରଷ୍ଟି ସଂଗ୍ରାମ କେଶରୀ ପଟ୍ଟନାୟକ, କୈଳାସ ବେହେରା, ମନମୋହନ ପଣ୍ଡା, ବିପ୍ର ଚରଣ ପାତ୍ର, ସସ୍ମିତା ବେହେରା, ଇନ୍ଦିରା ଶୁଭଦର୍ଶନୀ, ଶୁଭଶ୍ରୀ , ଅଶୋକ ବିହାରୀ ମହାପାତ୍ର , ସୁଜାତା ମହାପାତ୍ର, ନରେନ୍ଦ୍ର କୁମାର ମିଶ୍ର ଓ କନକ ମଂଜରୀ ମିଶ୍ର ଆଦି ଏହି ଅନ୍ନଦାନ ପାଇଁ ସବୁପ୍ରକାର ସାହାଯ୍ଯ କରିଥିଲେ । ଏହି ଅବସରରେ ଟ୍ରଷ୍ଟର ମୁଖପତ୍ର “ ପଞ୍ଚଜନ୍ୟ ” ପୁରୀ ବଡଦାଣ୍ଡରେ ଉନ୍ମୋଚିତ ହୋଇଥିଲା । ପୁରୀ ରୋଟାରୀ କ୍ଲବର ସଦସ୍ଯମାନେ ସବୁ ପ୍ରକାର ସହାୟତା କରିଥିଲେ ।

Leave a Reply

Your email address will not be published. Required fields are marked *