କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କିରୋସିନ ଢାଳି ହୋଇ ଛାତ୍ରୀ ଙ୍କ ଆତ୍ମହତ୍ୟା ! ଯୁବତୀ ଙ୍କ ପ୍ରେମିକ ବ୍ଲାକ ମେଲ କରୁଥିବା ଅଭିଯୋଗ ! ବ୍ଲାକ ମେଲ ର ଶିକାର ହୋଇ ଆତ୍ମହତ୍ୟା କଲେ ଯୁବତୀ ! ମୃତ ଛାତ୍ରୀ ହେଲେ ପଟ୍ଟାମୁଣ୍ଡାଇ କାଠିଆପଡା ଗ୍ରାମର ପି.ଡି. ସଂଗୀତା ! ପୂର୍ବରୁ ଗ୍ରାମାଞ୍ଚଳ ଥାନାରେ ହୋଇଥିଲା ଏତଲା , ଘରେ କେହି ନଥିବା ବେଳେ ଘଟିଛି ଘଟଣା. ପ୍ରେମିକ ଜଣଙ୍କ ଛାତ୍ରୀ ଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରିଥିବା ନେଇ ହୋଇଥିଲା ଅଭିଯୋଗ ! ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଡପଡା ପଞ୍ଚାୟତ କାଠିଆପଡ଼ା ଗାଁରେ ! ଘଟଣାରୁ ପ୍ରକାଶ କାଠିଆପଡ଼ା ମହାବିଦ୍ୟାଳୟର +୩ ଶେଷ ବର୍ଷ ଛାତ୍ରୀ ପିଡି. ସଂଗୀତା ଜନୈକ ଯୁବକ ସହିତ ପ୍ରେମ ସମ୍ପର୍କ ଥିବାରୁ ଯୁବକ ଜଣଙ୍କ ଛାତ୍ରୀର ଫଟୋ ଓ ଅନ୍ତରଙ୍ଗ ଭିଡିଓ କୁ ଭାଇରାଲ କରି ଆସୁଥିଲା ! ଏନେଇ ମୃତ ଛାତ୍ରୀଙ୍କ ବାପା ଶଶିକାନ୍ତ ପରିଡା ପୂର୍ବରୁ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ ! ହେଲେ ଗ୍ରାମାଞ୍ଚକ ଥାନା ପୋଲିସ ଏହି ଅଭିଯୋଗକୁ ଗ୍ରହଣ କରି ନଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ବାପା ! ସମ୍ପୃକ୍ତ ଯୁବକ ଜଣଙ୍କ ବାରମ୍ବାର ଛାତ୍ରୀର ଫଟୋ ଓ ଅନ୍ତରଙ୍ଗ ଫଟୋ ଭିଡିଓ କୁ ଭାଇରଲ କରିବା ଦ୍ୱାରା ଛାତ୍ରୀ ଜଣଙ୍କ ନିଜର ମାନସିକ ଭାରସାମ୍ୟ ହରାଇ ବସିଥିଲା ! ଆଜି ଘରେ ପରିବାର କେହି ନଥିବା ବେଳେ ଛାତ୍ରୀ ଜଣକ ନିଜେ କିରୋସିନ ଢାଳି ହୋଇ ଆତ୍ମହତ୍ୟା କରିଥିବା ଜଣା ଯାଇଛି ! ପୋଲିସର ଅବହେଳା ପାଇଁ ଛାତ୍ରୀ ଜଣଙ୍କ କିରୋସିନ ଢାଳି ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି ! ମୃତକଙ୍କ ପରିବାରଙ୍କୁ ନ୍ୟାୟ ଦାବିରେ ଘଟଣା ସ୍ଥଳରେ ଉତେଜନା ପ୍ରକାଶ ପାଇଛି ! ବିଳମ୍ବ ହେଲେବି ଘଟଣା ସ୍ଥଳରେ କେନ୍ଦ୍ରାପଡ଼ା ଏସପି, ପଟ୍ଟାମୁଣ୍ଡାଇ ଥାନା ଆଇଆଇସି, ଗ୍ରାମାଞ୍ଚଳ ଥାନା ଆଇଆଇସି ଓ ସାଇଣ୍ଟିଫିକ ଟିମ ପହଁଛି ତଦନ୍ତ ଆରମ୍ଭ କରିଛି ।
କିରୋସିନି ଢାଳି ହୋଇ ଆତ୍ମହତ୍ୟା କଲେ ଛାତ୍ରୀ !!!

