ମୋହନ ସୁବୁଦ୍ଧି ମହାବିଦ୍ୟାଳୟ ରେ ସଂସ୍କୃତ ଦିବସ ପାଳିତ !!!

Spread the love

ବଡମ୍ବା ( ଆୱାଜ ମିଡ଼ିଆ ) – ଗୋପାଳ ଚନ୍ଦ୍ର ବେହେରା : ମୋହନ ସୁବୁଦ୍ଧି ମହାବିଦ୍ୟାଳୟ ରେ ସଂସ୍କୃତ ଦିବସ ପାଳିତ ! ବଡମ୍ବା ନିଜିଗଡ଼ ସ୍ଥିତ ମୋହନ ସୁବୁଦ୍ଧି ମହାବିଦ୍ୟାଳୟ ରେ ଦୁଇ ଦିନ ଧରି ଚାଲିଥିବା ସଂସ୍କୃତ ଦିବସ ମଙ୍ଗଳବାର ଦିନ ଉଦଯାପିତ ହୋଇଯାଇଛି I ମହାବିଦ୍ୟାଳୟ ର ଅଧ୍ୟକ୍ଷ ମୋହିତ କର ଙ୍କ ସଭାପତିତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଉତ୍କଳ ବିଶ୍ୱ ବିଦ୍ୟାଳୟ ର ଅବସର ପ୍ରାପ୍ତ ପ୍ରଫେସର ଡ଼ଃ ଗୋପାଳ କୃଷ୍ଣ ଦାଶ ଯୋଗ ଦେଇ ସଂସ୍କୃତ ଭାଷା ର ମହତ୍ୱ ଉପରେ ନିଜର ବକ୍ତବ୍ୟ ରଖିଥିଲେ I ମୁଖ୍ୟ ବକ୍ତା ଭାବେ ଉତ୍କଳ ବିଶ୍ୱ ବିଦ୍ୟାଳୟ ର ଅବସରପ୍ରାପ୍ତ ପ୍ରଫେସର ଡ଼ଃ ସୁବାସ ଚନ୍ଦ୍ର ଦାଶ ସଂସ୍କୃତ ଉପରେ ଗଭୀର ଆଲୋକପାତ କରିଥିଲେ I ସମ୍ମାନିତ ଅତିଥି ଭାବେ ଶୈଳଵାଳା ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ଡ଼ଃ କାଦମ୍ବିନୀ ଦାଶ ପ୍ରାଚୀନ ସଂସ୍କୃତ ର ଆଧୁନିକ ଯୁଗରେ ଉପକାରିତା ବିଷୟରେ ବକ୍ତବ୍ୟ ରଖିଥିଲେ I ଅନ୍ୟତମ ସମ୍ମାନିତ ଅତିଥି ଭାବେ ବିଜେପି ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ପ୍ରାଧ୍ୟାପିକା ଡ଼ଃ ଶାନ୍ତିପ୍ରିୟା ଦାଶ ଯୋଗ ଦେଇ ବର୍ତ୍ତମାନ ସମାଜ ରେ ସଂସ୍କୃତ ର ଭୂମିକା କିପରି ଅତ୍ୟନ୍ତ ଆବଶ୍ୟକ ତାହା ଉପରେ ଆଲୋଚନା କରିଥିଲେ I କାର୍ଯ୍ୟକ୍ରମ ରେ ସଂସ୍କୃତ ଭାଷା ଉପରେ ରଚନା, ବକୃତା, ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା ରେ କୃତି ଛାତ୍ର, ଛାତ୍ରୀ ଙ୍କୁ ଅତିଥି ଗଣ ପୁରସ୍କାର ବିତରଣ କରିଥିଲେ I ମହାବିଦ୍ୟାଳୟ ର ସଂସ୍କୃତ ବିଭାଗ ର ଅଧ୍ୟାପିକା ସେହ୍ନାଶ୍ରୀ ପଣ୍ଡା ଓ ଅଧ୍ୟାପକ ସଞ୍ଜୟ କୁମାର ରାଉତ ବେଦ ପାଠ କରିଥିଲେ I ମହାବିଦ୍ୟାଳୟ ର ସଂସ୍କୃତ ବିଭାଗୀୟ ମୁଖ୍ୟ ସେହ୍ନଲତା ତ୍ରିପାଠୀ ମଞ୍ଚ ପରିଚାଳନା କରିଥିବା ବେଳେ ଅଧ୍ୟାପିକା ଡ଼ଃ ପୁଷ୍ପଲତା ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ I ମହାବିଦ୍ୟାଳୟ ର ଅଧ୍ୟାପିକା ସୁବାସିନୀ ସାହୁ, ସସ୍ମିତା ପଣ୍ଡା, ଅଧ୍ୟାପକ ସୌମ୍ୟ ରଞ୍ଜନ ପରିଡା ଙ୍କ ସମତେ କଲେଜ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ର, ଛାତ୍ରୀ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ I

 

Leave a Reply

Your email address will not be published. Required fields are marked *